ସୁଭଦ୍ରା ଯୋଜନା ଉପରେ ସାଇବର ଠକଙ୍କ ଆଖି । ମିଛ ଫୋନ କଲ ଓ ମେସେଜ୍ ଦେଇ ଠକିବାକୁ ଚଳାଇଛନ୍ତି ଚାଲ

ତେବେ ଏଭଳି ମିଛ ଫୋନକଲରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନକଲ କରାଯାଉନଥିବା ସେ ସ୍ପଷ୍ଟ କରିଛନ୍ତି। ଏପରିକି କୌଣସି ଲିଙ୍କ ମଧ୍ୟ ସରକାର ପଠାଉନଥିବା କହିଛନ୍ତି। 

fairo'tw

କନକ ବ୍ୟୁରୋ :  ମୋହନ ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ କ୍ରେଜ୍‌ ବଢ଼ି ଚାଲିଥିବାବେଳେ ସକ୍ରିୟ ହୋଇଉଠିଲେଣି ସାଇବର ଲୁଟେରା। ଟାର୍ଗେଟରେ ରହିଛନ୍ତି ସୁଭଦ୍ରା ଯୋଜନା ପାଇଁ ଆବେଦନ କରୁଥିବା ମହିଳା। ବିଶେଷ କରି ବ୍ୟାଙ୍କ ଖାତାକୁ ଟଙ୍କା ପଠାଯାଉଥିବାରୁ ସେହି ବାହାନାରେ ଫୋନ କରି ଫସାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଠକ। ଏନେଇ ସୂଚନା ଦେଇଛନ୍ତି ଖୋଦ୍‌ ଉପମୁଖ୍ୟମନ୍ତ୍ରୀ। 
କେମିତି ହେଉଛି ଠକେଇ? 
ମହିଳାଙ୍କୁ ଫୋନ୍‌ କରୁଛନ୍ତି ସାଇବର ଠକ
ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯାଇଛି କି ନାହିଁ ପ୍ରଶ୍ନ କରୁଛନ୍ତି
ଲିଙ୍କ୍‌ରେ କ୍ଲିକ କଲେ ଟଙ୍କା ମିଳିଯିବ ବୋଲି ପ୍ରବର୍ତ୍ତାଉଛନ୍ତି
କ୍ଲିକ କରିବା ମାତ୍ରେ ଆକାଉଣ୍ଟରୁ ଗାଏବ ହୋଇଯାଉଛି ଟଙ୍କା

ତେବେ ଏଭଳି ମିଛ ଫୋନକଲରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ଫୋନକଲ କରାଯାଉନଥିବା ସେ ସ୍ପଷ୍ଟ କରିଛନ୍ତି। ଏପରିକି କୌଣସି ଲିଙ୍କ ମଧ୍ୟ ସରକାର ପଠାଉନଥିବା କହିଛନ୍ତି। 

ସୁଭଦ୍ରା ଯୋଜନାରେ ଗତକାଲି ସୁଦ୍ଧା ୬୫ ଲକ୍ଷ ମହିଳା ପଞ୍ଜିକରଣ କରିସାରିଛନ୍ତି। ଆକାଉଣ୍ଟ ଚେକ୍‌ କରିବାକୁ ଅଧିକାଂଶ ହିତାଧିକାରୀଙ୍କ ଖାତାକୁ ୧ ଟଙ୍କା ପଠାଯାଇଛି। ତେବେ ଟଙ୍କାଟିଏ ଯାଇଥାଉ ବା ନଥାଉ ସମସ୍ତେ ପ୍ରଥମ କିସ୍ତି ପାଇବେ। ସେହିପରି ୧୭ ତାରିଖ ପରେ ଯେଉଁମାନେ ପଞ୍ଜିକରଣ କରିବେ ସେମାନେ ମଧ୍ୟ ପ୍ରଥମ କିସ୍ତି ଟଙ୍କା ହିଁ ପାଇବେ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦେବାକୁ ଯୋଜନା ରହିଛି।   

ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ମଙ୍ଗଳବାର ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ରିଲିଜ କରିବାକୁ ଯାଉଛନ୍ତି ମୋହନ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଡିବିଟି ଜରିଆରେ ଟଙ୍କା ପଠାଇବା ପୂର୍ବରୁ ସକ୍ରିୟ ହୋଇଉଠିଥିବା ସାଇବର ଲୁଟେରାଙ୍କ ପ୍ରତି ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe