କନକ ବ୍ୟୁରୋ: ଲ୍ୟାଣ୍ଡଫଲ୍ ପୂର୍ବରୁ ଆଇଏମଡ଼ି ଡିଜି ବାତ୍ୟା ସଂପର୍କରେ ଦେଲେ ସବିଶେଷ ସୂଚନା । ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ଥିବା ଭୀଷଣ ବାତ୍ୟା ଦାନାର ଏପର୍ଯ୍ୟନ୍ତ ସୃଷ୍ଟି ହୋଇନାହିଁ ଆଖି । ହେଲେ ଆଜି ରାତି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ଅଧରାତିରୁ ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଚାଲିବ। ବାତ୍ୟା ଅଧିକ ଶକ୍ତିଶାଳୀ ହେଲେ ତାର ଆଖି ସୃଷ୍ଟି ହୋଇଥାଏ । କିନ୍ତୁ ଦାନା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ସୃଷ୍ଚି ହୋଇନାହିଁ । ଆଇଏମଡିର ପୂର୍ବାନୁମାନ ଅନୁସାରେ, ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ପବନର ବେଗ ୧୨୦ ଭିତରେ ସୀମିତ ରହିବ । ବର୍ତ୍ତମାନ ବଙ୍ଗୋପସାରରେ ବାତ୍ୟା ଦାନାର କେନ୍ଦ୍ରସ୍ଥଳରେ ପବନର ବେଗ ସର୍ବାଧିକ ୧୦୫ ରହିଥିବା ବେଳେ ଓଡ଼ିଶା ଉପକୂଳରେ ସର୍ବାଧିକ ୭୦ କିଲୋମିଟର ବେଗରେ ବହୁଛି ।