କନକ ବ୍ୟୁରୋ: ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ତେବେ ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ଯିଏ ବି ଏଥିରେ ଜଡ଼ିତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଆଉ ଦିନ କେଇଟା ପରେ ଆସୁଛି ଇଂରାଜୀ ନୂଆବର୍ଷ। ଏହି ସମୟରେ ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି। ଏଥିସହ ବିଭିନ୍ନ ବାରରେ ରାତି ଅଧ ପର୍ଯ୍ୟନ୍ତ ମଦ୍ୟପାନ ଚାଲିଥାଏ। ଏହାକୁ ଆଖି ଆଗରେ ରଖି ଅବକାରୀ ବିଭାଗ ଏଭଳି କଠୋର ନୀତି ଆପଣାଇଛି।
ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ନୀତି ନମାନିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନମାନିଲେ ହେବ କାର୍ଯାନୁଷ୍ଠାନ। ବିଶେଷ କରି ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।
/kanak/media/media_files/2024/12/20/eLV359cDS6bebgP2rCj9.jpg)