କନକ ବ୍ୟୁରୋ: ପୁଲିସ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ଅକ୍ଟୋବରରେ ହେବ ପରୀକ୍ଷା। ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଲିଖିତ ପରୀକ୍ଷା କରାଯିବ। ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓମ୍ଆର ଆଧାରିତ ଲିଖିତ ପରୀକ୍ଷା ହେବ। ପୂର୍ବରୁ ଦୁଇ ଦୁଇଥର ପରୀକ୍ଷା ବାତିଲ୍ ହୋଇଥିଲା । ସେପ୍ଟେମ୍ବର ୨୦ ତାରିଖଠାରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । Odisha police.gov.in ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/08/30/police-2025-08-30-16-47-05.jpg)