କନକବ୍ୟୁରୋ : ଖଣ୍ଡିଏ ଝାଟିମାଟି ଘର ଥିଲା ତାହା ଅଗ୍ନିକାଣ୍ଡରେ ଜଳି ଯାଇଛି । ଏବେ ପଲିଥିନ ଘେରା ଭଙ୍ଗା ଦଦରା ଛପର ଘରେ ଦୟନିୟ ଅବସ୍ଥାରେ ଦିନ କାଟୁଛନ୍ତି ଅସହାୟ ପରିବାର । ।ଏ ହେଉଛନ୍ତି ବରୁଣଗଡିଆ ପଞ୍ଚାୟତ ଚୋରପଦାର ଅସହାୟ ସନ୍ଧ୍ୟାରାଣୀ ଦାସ। ପରିବାର କହିଲେ ଦୁଇ ଝିଅ ଗୋଟେ ପୁଅ। ୫ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁ ପରେ ଘରଦ୍ବାର ସବୁ ହରାଇ ବସିଛନ୍ତି ସଂଧ୍ୟା । ସବୁଠି ଅନୁରୋଧ କରିବା ପରେ ସହାୟତା ବାବଦକୁ ଖଣ୍ଡିଏ ପଲିଥିନ ମିଳିଥିଲା ।

Advertisment

ଯାହା ଏବେ ମୁଣ୍ଡ ଗୁଂଜିବାରେ ସହାୟକ ହୋଇଛି। ପାଖରେ ଆଉ କିଛି ନଥିବାରୁ ପର ଘରେ ମୂଲ ଲାଗି ବହୁ କଷ୍ଟରେ ଚଳୁଛନ୍ତି । ଏବେ ପୁଣିଥରେ ଘର ଖଣ୍ଡିଏ ପାଇଁ ଅନୁରୋଧ କରିଛନ୍ତି ସଂଧ୍ୟା ।  ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କରିବା ପରେ ଆବାସ ଯୋଜନା ତାଲିକାରେ ନାମ ଆସିଥିଲା। କିନ୍ତୁ କଣ ହେଲା ପରେ ତାଲିକାରୁ ତାଙ୍କ ନାମ କାଟି ଦିଆଗଲା ।

ପଚାରିବାରୁ କହିଲେ ଆବାସ ଯୋଜନାର ୧ଲକ୍ଷ ୨୦ହଜାର ଟଙ୍କାରେ ଘର ହୋଇପାରିବ ନାହିଁ । ସେଥିପାଇଁ ଅଧିକ ଟଙ୍କା ଦରକାର। ଯାହା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରୁଥିବା ଏହି ମହିଳାଙ୍କୁ ଘର ଖଣ୍ଡିଏ ଯୋଗଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ ।

ସବୁ ଆଡୁ ନିରାଶ ହୋଇ ଭଙ୍ଗା ମାଟି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ସନ୍ଧ୍ୟାରାଣୀ। ତେବେ ଘର ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ସନ୍ଧ୍ୟାରାଣୀଙ୍କୁ କାହିଁକି ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି। ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।