କନକ ବ୍ୟୁରୋ : କେଉଁଠି ତଳି ରୁଆ ଆରମ୍ଭ ହେଲାଣି, କେଉଁଠି ବେଉଷଣ ସମୟ ଆସିଲାଣି । ଏପରି ସମୟରେ ନବରଙ୍ଗପୁର ଜିଲ୍ଲାରେ ରାସାୟନିକ ସାର ଅଭାବ ଚାଷୀଙ୍କ ଅଡୁଆ ବଢ଼ାଇଦେଇଛି । ସାର ନଦେଲେ ଚାଷ ଭଲ ନହେବା ଆଶଙ୍କାରେ, ବଜାରରୁ ଚଢ଼ାଦରରେ କିଣୁଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାରେ ସାର ଆବଶ୍ୟକତା ଠାରୁ ଅଧିକ ମହଜୁଦ ଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
ଭଦ୍ରକ ଚାନ୍ଦବାଲିରେ ନିମ୍ନମାନର ସାର, ଔଷଧ ଗଚ୍ଛିତ ଅଭିଯୋଗ ପରେ ଚଢ଼ାଉ କରିଛି ପ୍ରଶାସନ । କୃଷିବିଭାଗ ଓ ସ୍ଥାନୀୟ ତହସିଲଦାର ମିଳିତ ଭାବେ ବିଭିନ୍ନ ଡିଲର ପଏଣ୍ଟରେ ଚଢ଼ାଉ କରି ସାର ଓ କୀଟନାଶକର ନମୁନା ସଂଗ୍ରହ କରିଛନ୍ତି । ଏବେ ଆସନ୍ତୁ ନଜର ପକାଇବା ରାଜ୍ୟରେ ଖରିଫ ଚାଷ ପାଇଁ କେତେ ସାରର ଆବଶ୍ୟକତା ରହିଛି । ସରକାରୀ ସୂଚନା ଅନୁସାରେ,
୨୦୨୫ ଆର୍ଥିକ ବର୍ଷରେ ୫୮.୫୦ ଲକ୍ଷ ହେକ୍ଟର ଜମିରେ ଖରିଫ ଫସଲ ଯୋଜନା
କେନ୍ଦ୍ର ପକ୍ଷରୁ ୯.୫୫ ଲକ୍ଷ ମେଟ୍ରିକ୍ ଟନ୍ ବିଭିନ୍ନ ଗ୍ରେଡର ସାର ଯୋଗାଇ ଦିଆଯାଇଛି
ଏପ୍ରିଲ ୧ ତାରିଖ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ୨.୯୪ ଲକ୍ଷ ମେଟ୍ରିକ୍ ଟନ୍ ସାର ମହଜୁଦ ଥିଲା
ୟୁରିଆ -୧ ଲକ୍ଷ ୪୭ ହଜାର ୧୮୦ ମେଟ୍ରିକ୍ ଟନ୍, ଡିଏପି- ୨୬ ହଜାର ୭୦୨ ମେଟ୍ରିକ୍ ଟନ୍
ଏମ୍ଓପି- ୩୩ ହଜାର ୬୩୧ ମେଟ୍ରିକ୍ ଟନ୍, ଏସ୍ଏସ୍ପି – ୧୦ ହଜାର ୩୫୦ ମେଟ୍ରିକ୍ ଟନ୍ ମହଜୁଦ ରହିଥିଲା
ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ଆଉ ୬.୮୨ ଲକ୍ଷ ମେଟ୍ରିକ୍ ଟନ୍ ସାର ମିଳିବାର ସମ୍ଭାବନା ରହିଛି । ତେବେ
ସାର ସଙ୍କଟକୁ ନେଇ ତେଜିଛି ରାଜନୀତି । ଖରିଫ ଚାଷ ଆରମ୍ଭରୁ ସାର ଅଭାବ ଚାଷ ଓ ଚାଷୀଙ୍କ ପାଇଁ ଗୁରୁତର ସଂକଟ ସୃଷ୍ଟି କରିଛି । ତେଣୁ ପ୍ରଶ୍ନ ଉଠୁଛି ସାରର ଦର ବଢ଼ାଉଛି କିଏ? ସାରର କୃତ୍ରିମ ଅଭାବ ସୃଷ୍ଟି କରି କରାଯାଉଛି କି କଳାବଜାରୀ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/18/sara-2025-07-18-19-40-09.jpg)