ପକ୍ଷୀଙ୍କ କଳରବରେ କମ୍ପୁଛି ପରିବେଶ : ଶୀତ ଆଗମନରୁ ଲାଗିଛି ରଙ୍ଗ ବେରଙ୍ଗ ବିଦେଶୀ ପକ୍ଷୀଙ୍କ ଭିଡ

ଶୀତ ଆରମ୍ଭରୁ ଦେବୀ ନଦୀ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି । ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ  ।  ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ  ନଦୀ ସମୁଦ୍ର ଜୈବ ବିବିଧତାରେ ପରିପୁର୍ଣ୍ଣ ହୋଇଛି । ଶୀତରୁତୁ ଆସିଲେ ହଜାର ହଜାର କିଲୋମିଟର ଦୂରରୁ ବିଦେଶୀ ପକ୍ଷୀମାନେ ଧାଇଁ ଆସନ୍ତି ଏହି ଅଞ୍ଚଳକୁ  । ଏ ଅଞ୍ଚଳରେ ମିଳୁଥିବା ପର୍ଯ୍ୟାପ୍ତ ଖାଦ୍ୟ ସହିତ ସୁରକ୍ଷିତ ହେନ୍ତାଳ ଜଙ୍ଗଲ ସେମାନଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ପାଲଟିଛି  ।

debi

debi Photograph: (debi )

କନକବ୍ୟୁରୋ : ଶୀତ ଆରମ୍ଭରୁ ଦେବୀ ନଦୀ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ଭିଡ଼ ଲାଗିଛି । ଦୂରଦୂରାନ୍ତରୁ ଛୁଟିଆସୁଛନ୍ତି ପର୍ଯ୍ୟଟକ  ।  ଅସ୍ତରଙ୍ଗ ଅଞ୍ଚଳରେ ପ୍ରବାହିତ  ନଦୀ ସମୁଦ୍ର ଜୈବ ବିବିଧତାରେ ପରିପୁର୍ଣ୍ଣ ହୋଇଛି । ଶୀତରୁତୁ ଆସିଲେ ହଜାର ହଜାର କିଲୋମିଟର ଦୂରରୁ ବିଦେଶୀ ପକ୍ଷୀମାନେ ଧାଇଁ ଆସନ୍ତି ଏହି ଅଞ୍ଚଳକୁ  । ଏ ଅଞ୍ଚଳରେ ମିଳୁଥିବା ପର୍ଯ୍ୟାପ୍ତ ଖାଦ୍ୟ ସହିତ ସୁରକ୍ଷିତ ହେନ୍ତାଳ ଜଙ୍ଗଲ ସେମାନଙ୍କ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ପାଲଟିଛି  ।

ପକ୍ଷୀଙ୍କ ସମାଗମ ସହିତ ବୋଟିଂ ମଜା ନେବାକୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ ମାନେ  ।  ଅସ୍ତରଙ୍ଗରେ ଥିବା ପୀର ଜାହାନିଆ ଏବଂ ଗଙ୍ଗାଦେବୀ ପୀଠ ପର୍ଯ୍ୟଟକ ମାନଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି  । 

ଅସ୍ତରଙ୍ଗ ଦେବୀମୁହାଣ ଠାରୁ ଶିଖର ଘାଟ ଯାଏଁ ପ୍ରାୟ  ୨୫ କିଲୋମିଟର ଦେବୀନଦୀ ଅଞ୍ଚଳ ମଧ୍ୟରେ ହଜାର ହଜାର ବିଦେଶୀ ପକ୍ଷୀ ରହୁଛନ୍ତି । ନର୍ଦନ ପିନଟେଲ ,ସାଇବେରିଆନ ଡକରୁ ନେଇ ସି ଗଲ, ଫ୍ଲାମିଙ୍ଗୋସ ,  ସାଇବେରିଆନ କ୍ରେନ,ଗାଡୱାଲ ଓ କମନ ଟିଲ ଗଡ ହୁଇଟ ଭଳି ରଙ୍ଗ ବେରଙ୍ଗର ପକ୍ଷୀ ମାନଙ୍କର ସମାଗମ ଦେଖିବାକୁ ମିଳିଛି  । 

ଦେବୀ ନଦୀର ପଠାରେ ବିଭିନ୍ନ ରଙ୍ଗ ପ୍ରଜାତିର ପକ୍ଷୀଙ୍କ ଗହଳି ଥିବା ବେଳେ ଆକର୍ଷିତ ହୋଇ ଛୁଟିଆସୁଛନ୍ତି ପର୍ଯ୍ୟଟକମାନେ ।    ମୁହାଣରେ ପକ୍ଷୀଙ୍କ ଭିଡ଼ ଲାଗିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଲାଗିଛି । ଦୂରଦୂରରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ କିଛି ସମୟ ଏହି ସ୍ଥାନରେ ବିତାଇବାକୁ ବେଶ ପସନ୍ଦ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe