କନକ ବ୍ୟୁରୋ : ରାଜଗାଙ୍ଗପୁର ଶିଳ୍ପ ସମୃଦ୍ଧ ସହର ହୋଇଥିବା ବେଳେ ସିମେଣ୍ଟ କାରଖାନାରୁ ନେଇ ୫ଟି ସ୍ପଞ୍ଜ କାରଖାନା ରହିଛି । ଯାହାଫଳରେ ପ୍ରତିଦିନ କାରଖାନାରୁ ବାହାରୁଛଇ ଅନେକ ବର୍ଯ୍ୟବସ୍ତୁ । ଶିଳ୍ପ କାରଖାନା ଧୂଆଁରେ ବାୟୁମଣ୍ଡଳ ପ୍ରଦୂଷଣ ହେଉଥିବା ବେଳେ କାରଖାନା ବର୍ଯ୍ୟବସ୍ତୁ ଜଳରେ ମିଶି ପ୍ରଦୂଷିତ ହେବାରେ ଲାଗିଛି । କାରଖାନାରୁ ନିର୍ଗତ ଜଳ ସହରର ବାଇପାସ ଠାରେ ଥିବା ଲିପଲୋଇ ନଦୀରେ ମିଶୁଛି। ନଦୀ ଜଳକୁ ବ୍ୟବହାର କରି ଲୋକମାନେ ବିଭିନ୍ନ ରୋଗ ବ୍ୟାଧି‌ରେ ଆକ୍ରାନ୍ତ ହେଉଛନ୍ତି । ଜଳ ପ୍ରଦୂଷଣ ନେଇ ଲୋକଙ୍କ ଅଭିଯୋଗ ପରେ ନମୁନାରୁ ଜଳରେ ବିଷାକ୍ତି ପଦାର୍ଥ ମିଶିଥିବା ସ୍ପଷ୍ଟ ହୋଇଥିଲା । ଏପରିକି କମ୍ପାନୀ ଗୁଡିକୁ ମଧ୍ୟ ନୋଟିସ୍ ଦିଆଯାଇଥିଲା । ହେଲେ ସ୍ଥିତିରେ କୌଣସି ସୁଧାର ଆସିପାରୁନି । 

Advertisment

ସହରର ଆଖାପାଖ ଅଂଚଳରେ ଗଢ଼ି ଉଠିଥିବା ବିଭିନ୍ନ ଅଂଚଳ କାଂଶବାହାଲ, ମାଣ୍ଡିଆକୁଦାର, ଜାମପାଲ୍ଳିରେ ଥିବା ସ୍ପଂଜ କାରଖାନା ଗୁଡ଼ିକ ଦିନକୁ ଦିନ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବାୟୁ ପ୍ରଦ୍ରୁଷଣ ବଢିଚାଲିଥିବା ବେଳେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ଯାହାକୁ ନେଇ ଜନଜୀବନ ବେଶ ପ୍ରଭାବିତ ହୋଇପଡୁଛି। ପ୍ରଦୂଣ ବିଭାଗର ନୋଟିସକୁ ବେଖାତିର କରି କମ୍ପାନୀ ମନମାନି ଚଳାଇଛି । ଯାହାର ପରିଣାମ ଭୋଗୁଛନ୍ତି ସାଧାରଣ ଲୋକ  । ଏନେଇ ଏବେଠାରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।