କନକ ବ୍ୟୁରୋ: ଡରାଉଛି ସାଳନଦୀ ନଦୀ । ନଦୀଗର୍ଭରେ ହାଟଡିହି ବ୍ଲକ କାନପୁର ଗାଁ ଲୀନ ହେବା ନେଇ ଆଶଙ୍କା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାମବାସୀ । ଏବଂ ତୁରନ୍ତ ସୁରକ୍ଷା ବନ୍ଦ ନିର୍ମାଣ ପାଇଁ କରିଛନ୍ତି ଦାବି ।
କେନ୍ଦୁଝର ହାଟଡ଼ିହି ବ୍ଲକ ସୋସା ପଞ୍ଚାୟତର କାନପୁର ଗାଁ । ଶତାଧିକ ପରିବାର ବାସ କରୁଥିବା ଏହି ଗାଁକୁ ଗ୍ରାସ କରିବାକୁ ବସିଛି ସାଳନ୍ଦୀ ନଦୀ । ବନ୍ଧରୁ ଖସୁଛି ମାଟି ଅତଡ଼ା । ନଦୀଗର୍ଭକୁ ଚାଲିଗଲାଣି ୧୦ରୁ ଅଧିକ ଘର । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଭୟର ବାତାବରଣ ।
୧୯୯୯ ମହାବାତ୍ୟା ପରେ ବଦଳି ଯାଇଥିଲା ସାଳନ୍ଦୀର ଗତିପଥ। ଏହାପର ଠୁ ପ୍ରତିବର୍ଷ ନଦୀ କୂଳ ଖାଇ ଭୂସ୍ଖଲନ ପରିସ୍ଥିତି ସୃଷ୍ଟି ହେଉଛି। ୨୦୧୫ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ନଦୀପାର୍ଶ୍ବରୁ ମାତ୍ର କିଛ ମିଟର ଦୂରରେ ଏକ କଂକ୍ରିଟ୍ ୱାଲ୍ ନିର୍ମାଣ କରାଯାଇଥିଲା। ତାହା ବି ଗାଁକୁ ସୁରକ୍ଷା ଦେଇପାରିଲାନି।
ଅନ୍ୟପଟେ ଜଳସମ୍ପଦ ବିଭାଗ ପକ୍ଷରୁ ୧୦ରୁ ୧୫ କୋଟି ଟଙ୍କାର ଏକ ଯୋଜନା ହୋଇଛି। ୩ ରୁ ୪ ମାସ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/29/21-2025-08-29-18-26-56.jpg)