କନକ ବ୍ୟୁରୋ: ବିଶ୍ୱ ଛାତ୍ର ଦିବସ ପ୍ରତିବର୍ଷ ୧୫ ଅକ୍ଟୋବରରେ ପାଳନ କରାଯାଏ । ଭାରତର ପୂର୍ବତନ ରାଷ୍ଟପତି ମହାନ ବୈଜ୍ଞାନିକ ଡା. ଏପିଜେ ଅବୁଦଲ କଲାମଙ୍କ ଜନ୍ମ ତିଥି ଉଦ୍ଦେଶ୍ୟରେ ଏହାକୁ ସମର୍ପଣ କରାଯାଏ । କଲାମ ତାଙ୍କ ପୁରା ଜୀବନ ବିଦ୍ୟାର୍ଥୀ ଓ ଶିକ୍ଷା ପାଇଁ ସମର୍ପଣ କରିଥିଲେ । କଲାମଙ୍କ ଜୀବନ ବିଦ୍ୟାର୍ଥୀ ମାନଙ୍କ ବେଶ ପ୍ରେରଣାଦାୟୀ ଥିଲା । ତେଣୁ ଏହି ଦିନ ବିଶ୍ୱ ଛାତ୍ର ଦିବସ ପାଳନ କରିବାର ଉଦ୍ଦେଶ୍ୟ ବିଦ୍ୟାର୍ଥୀ ମାନଙ୍କର ମହତ୍ୱ ଓ ଭୂମିକାକୁ ଗୁରୁତ୍ୱ ଦେବା ସହ ତାଙ୍କୁ ପ୍ରେରଣା ଦେବା ।

Advertisment

କଲାମଙ୍କ ଜୀବନ କେବଳ ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଉଜ୍ଜଳ ନଥିଲା ତା ସହିତ ସେ ଛାତ୍ରଛାତ୍ରୀ ମାନଙ୍କୁ ଜୀବନରେ କିଛି ଭଲ କରିବା ପାଇଁ ସ୍ୱପ୍ନ ଦେଖିବା ସହ ତାକୁ କିପରି ସାକାର କରିବା ସେଥିପାଇଁ ମଧ୍ୟ ପ୍ରେରଣା ଦେଉଥିଲେ । ନିଜ ଜୀବନର ଅନେକ ସମୟ ସେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଥିଲେ, ଆଉ ସେମାନଙ୍କୁ ଉତ୍ସାହିତ କରୁଥିଲେ । ତେଣୁ ତାଙ୍କ ଜନ୍ମଦିନରେ ବିଶ୍ୱ ଛାତ୍ର ଦିବସ ପାଳନ କରାଯାଏ । 

ଡା. କଲାମ ୧୫ ଅକ୍ଟୋବର ୧୯୩୧ ରେ ତାମିଲନାଡୁ ରାମେଶ୍ୱରମ୍ରେ ଜନ୍ମ ଗ୍ରହଣ କରିଥଲେ । ସେ ତାଙ୍କ ଜୀବନ ବିଜ୍ଞାନ, ଶିକ୍ଷା, ସାହିତ୍ୟ, ରାଜନୀତି ଆଦି କ୍ଷେତ୍ରରେ ସମର୍ପଣ କରିଥିଲେ । ତାଙ୍କୁ ମିସାଇଲ୍ ମ୍ୟାନର ଆଖ୍ୟା ମଧ୍ୟ ଦିଆଯାଇଥିଲା । କଲାମ ତାଙ୍କ ଜାବନରେ ସବୁବେଳେ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀ ମାନଙ୍କୁ ପ୍ରେରଣା ଦେଉଥିଲେ ।