ଅଜିତ ପାୱାରଙ୍କ ଆକସ୍ମିକ ବିୟୋଗରେ ସ୍ତବ୍ଧ ସାରା ଦେଶ, ବାରମତୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଆଜି ଶେଷକୃତ୍ୟ

Advertisment

ସାମିଲ ହେବେ ଶାହା, ଫଡନବୀସ ସମେତ ବହୁ ରାଜନେତା । ମହାରାଷ୍ଟ୍ରୀରେ ତିନି ଦିନିଆ ଶୋକ ଦିବସ ଘୋଷଣା ।

ସାମିଲ ହେବେ ଶାହା, ଫଡନବୀସ ସମେତ ବହୁ ରାଜନେତା । ମହାରାଷ୍ଟ୍ରୀରେ ତିନି ଦିନିଆ ଶୋକ ଦିବସ ଘୋଷଣା ।

sudden demise of Ajit Pawar

sudden demise of Ajit Pawar Photograph: (KanakNews)

କନକ ବ୍ୟୁରୋ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଅକାଳ ବିୟୋଗରେ ଶୋକ ସାଗରରେ ବୁଡ଼ିଛି ମହାରାଷ୍ଟ୍ର । ଗତକାଲି ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଆକସ୍ମିକ ଦେହାନ୍ତ ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଆଜି ପୂର୍ବାହ୍ନ ୧୧ଟାରେ ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ଲୋକପ୍ରିୟ ରାଜନେତା ଅଜିତ ପାୱାରଙ୍କ ଶେଷକୃତ୍ୟ ସଂପନ୍ନ ହେବ । ପୁଣେ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁ ବାରମତୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର। ସକାଳେ ଡାକ୍ତରଖାନାରୁ ସଡ଼କ ପଥରେ ମୃତଦେହକୁ ବାରମତୀ ଆଣିବା ପରେ ପ୍ରଥମେ କାଠେବାଡ଼ି ସ୍ଥିତ ବାସଭବନକୁ ନିଆଯିବ। ଏହାପରେ ଗଦିମା ସଭାଗୃହକୁ ଆସିବ ମରଶରୀର । ସେଠାରେ ଦଳୀୟ କର୍ମୀ, ଜ୍ଞାତିପରିଜନ, ରାଜନୈତିକ ସହକର୍ମୀ ଓ ବାରମତୀର ଜନତା ଦାଦାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ । ଏହାପରେ ବିଦ୍ୟାପ୍ରତିଷ୍ଠାନକୁ ପାର୍ଥୀବ ଶରୀରକୁ ଆଣି ସେଠାରେ ସାଧାରଣ ଜନତା, ଦଳୀୟ କର୍ମୀ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ରଖାଯିବ ।

ଏହାପରେ ବିଦ୍ୟା ପ୍ରତିଷ୍ଠାନ ପରିସରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତଯ୍ କରାଯିବ ନେଇ ସମସ୍ତ ପ୍ରକାର ବନ୍ଦେବସ୍ତ କରାଯାଇଛି । ଅଜିତ ପାୱାରଙ୍କ ଅନ୍ତିମ ଯାତ୍ରାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ସମେତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ହେବେ । ଏହାଛଡ଼ା ଉଦ୍ଧବ ଠାକରେ, ରାଜ ଠାକରେଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଓ ଅନ୍ୟ ରାଜ୍ୟର ନେତା ସାମିଲ ହେବେ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ର ସରକାର ଅଜିତ ପାୱାରଙ୍କ ସମ୍ମାନରେ ରାଜ୍ୟରେ ତିନି ଦିନିଆ ରାଜକୀୟ ଶୋକ ଘୋଷଣା କରିଛନ୍ତି । ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଏହି ବିଦାୟୀ ସମାରୋହରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ପ୍ରମୁଖ ନେତା ସାମିଲ ହେବେ । ତ୍ରିରଙ୍ଗା ପତାକାରେ ଘୋଡ଼େଇ ହୋଇଥିବା ଅଜିତ ପାୱାରଙ୍କୁ ଅନ୍ତିମ ବିଦାୟ ଦେବା ମହାରାଷ୍ଟ୍ର ପାଇଁ ଏକ ଯୁଗର ଅବସାନ କହିଲେ ଭୁଲ ହେବ ନାହିଁ ।  

କେବେ କ୍ଷମତା ବାହାରେ ନଥିଲେ ଅଜିତ ପାୱାର: ରାଜନୈତିକ ପାଠ ପଢ଼ାଇଥିବା କାକାଙ୍କ ବିରୋଧରେ କରିଥିଲେ ବିଦ୍ରୋହ

  
ଏବେ ଆସନ୍ତୁ ଜାଣିବା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ପୂର୍ବର ଶେଷ ୭ ମିନିଟର ଘଟଣାବଳୀ 
- ଜାନୁଆରି -୨୮ ତାରିଖ ସକାଳେ ମୁମ୍ୱାଇରୁ ଲିୟରଜେଟ-୪୫ ବିମାନରେ ଯାତ୍ରା 
- ସକାଳ ୮ଟା ୧୦ ମିନିଟରେ ମୁମ୍ୱାଇରୁ ବାରମତୀ ଅଭିମୁଖେ ଉଡ଼ାଣ 
- ବିମାନ ଯାତ୍ରା ସମୟରେ ପାଗ ଅନୁକୂଳ ରହିଥିଲା, କୌଣସି ଆଲର୍ଟ ନଥିଲା 
- ସକାଳ ୮ଟା ୩୭ ମିନିଟରେ ପ୍ରଥମ ଥର ପାଇଁ ରାଡାରରୁ ଗାଏବ ହେଲା ବିମାନ
- ୨ ମିନିଟ ପରେ ୮ଟା ୩୯ରେ ପୁଣି ବିମାନ ରାଡାରକୁ ଆସିଥିଲା 
- ସେହି ସମୟର ବିମାନ ଗୋ-ଏରାଉଣ୍ଡ ମେନ୍ୟୁଓଭର କରିଥିଲା 
- ଅବତରଣ କରୁଥିବା ପୁଣି ଉଚ୍ଚତାକୁ ଉଠିଥିଲା  ଲିୟରଜେଟ-୪୫ 
- ସକାଳ ୮ଟା ୩୮ ମିନିଟ୍ ୧୮ ସେକେଣ୍ଡରେ ପ୍ରଥମ ଲ୍ୟାଣ୍ଡିଂ ଉଦ୍ୟମ 
- ଦୃଶ୍ୟମାନତା କମ ଥିବାରୁ ବିମାନ ଅବତରଣ ସମ୍ଭବ ହେଲାନି 
- ସକାଳ ୮ଟା ୪୨ ମିନିଟ ବିମାନର ରନୱେ ଦେଖିପାରୁନଥିଲା କହିଲେ ପାଇଲଟ 
- ସକାଳ ୮ଟା ୪୩ ମିନିଟ ୧୧ ସେକେଣ୍ଡରେ ଅବତରଣ ଅନୁମତି ମାଗିଲେ ପାଇଲଟ 
- ଏଟିସି ରନୱେ -୧୧ରେ ବିମାନ ଅବତରଣ ପାଇଁ ଅନୁମତି ଦେଲେ 
- ସକାଳ ୮ଟା ୪୪ ମିନିଟରେ ରନୱେ ନିକଟରେ ପହଞ୍ଚିଥିଲା ବିମାନ 
- ହଠାତ୍ ରନୱେକୁ ଛୁଇଁବା ପୂର୍ବରୁ ଆକାଶରେ କଳାବାଜି ଖାଇ ଖସିପଡ଼ିଥିଲା ବିମାନ 
  ମହାରାଷ୍ଟ୍ର ରାଜନୀତିର ସମୟକୁ ନିଜ ହାତ ମୁଠାରେ ରଖୁଥିବା ପାୱାର ଜୀବନ ଘଡ଼ି ବୁଧବାର ୮ଟା ୪୫ ମିନିଟରେ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ବାରମତୀ ଏୟାରପୋର୍ଟ ନିକଟରେ ହୋଇଥିବା ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିମାନ ଭଗ୍ନାଂଶରୁ ମୃତଦେହକୁ ବାହାର କରାଯିବା ପରେ କାହାକୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଥିଲା । ତେବେ ସବୁବେଳେ ହାତରେ ପିନ୍ଧୁଥିବା ଘଣ୍ଟାରୁ ଅଜିତ ପାୱାରଙ୍କ ମରଶରୀରକୁ ଚିହ୍ନଟ କରାଯାଇଥିବା ପୁଲିସ ସୂଚନା ଦେଇଛି। ବିମାନ ଦୁର୍ଘଟଣା କେବଳ ଦୁର୍ଘଟଣା ଥିଲା ନା ଯାନ୍ତ୍ରିକ ତ୍ରୁଟି ନା ବୈଷୟିକ ତ୍ରୁଟି ନା ସୁଚିନ୍ତିତ ଷଡ଼ଯନ୍ତ୍ର ଏହାକୁ ନେଇ ଦେଶର ରାଜନେତା ଓ ତଦନ୍ତକାରୀ ସଂସ୍ଥା ମୁହାଁମୁହିଁ । ପ୍ରାଥମିକ ତଦନ୍ତରୁ ବିମାନରେ କୌଣସି ତ୍ରୁଟିନଥିବା ଜଣାପଡ଼ିଛି । ଏପରି ସମୟରେ ତଦନ୍ତ ଏବେ ୩ଟି ପ୍ରମୁଖ ଦିଗ ଉପରେ କେନ୍ଦ୍ରୀତ ହୋଇଛି । ଏଏନଆଇବି ଓ ଡିଜିସିଏ ଏବେ ସେହି ୩ଟି ଦିଗ ଉପରେ ତଦନ୍ତ ଆରମ୍ଭ କରିଛନ୍ତି । 


ବିମାନ ଦୁର୍ଘଟଣା : ତଦନ୍ତର ୩ଟି ଦିଗ 
ତଦନ୍ତର ପ୍ରଥମ ଦିଗ ହେଉଛି ଖରାପ ପାଗ ଓ ଦୃଶ୍ୟମାନତା 
କୁହାଯାଉଛି ସେହି ସମୟରେ ଦୃଶ୍ୟମାନତା ୩୦୦୦ ମିଟର ଥିଲା 
ତେବେ ପାଇଲଟ କାହିଁକି ଏଟିସିକୁ ରନୱେ ଦିଶୁଥିବା କହିଲେ? 
କଣ କୁହୁଡ଼ି ଓ ମେଘ ଶେଷ ମୁହୂର୍ତ୍ତରେ ଭ୍ରମ ସୃଷ୍ଟି କଲେ? 
ତଦନ୍ତର ଦ୍ୱିତୀୟ ଦିଗ ହେଉଛି ଯାନ୍ତ୍ରିକ କିମ୍ୱା ବୈଷୟିକ ତ୍ରୁଟି
ପ୍ରାଥମିକ ତଦନ୍ତରୁ ବିମାନ ଶହେ ପ୍ରତିଶତ ଫିଟ୍‌ ଥିବା ଜଣାପଡ଼ିଛି 
ଉଡ଼ାଣ ପୂର୍ବରୁ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲା 
ପାଇଲଟଙ୍କ ପାଖରେ ୧୫୦୦୦ କିମି ବିମାନ ଉଡ଼ାଣର ଅଭିଜ୍ଞତା ଥିଲା 
କୋ-ପାଇଲଟଙ୍କ ପାଖରେ ୧୫୦୦୦ କିମି ବିମାନ ଉଡ଼ାଣର ଅଭିଜ୍ଞତା ଥିଲା 
ତଥାପି ପ୍ରଶ୍ନ ଉଠୁଛି, ଶେଷ ମୁହୂର୍ତ୍ତରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖା ଦେଲା? 
ନା ଶେଷ ମୁହୂର୍ତ୍ତରେ ବିମାନର କୌଣସି ଯାନ୍ତ୍ରିକ ବ୍ୟବସ୍ଥା ଫେଲ୍ ହେଲା? 
ଉଚ୍ଚତା କି ବେଗର ଭୁଲ ଅନୁମାନ ଯୋଗୁଁ ଘଟିଲା କି ଅଘଟଣ?
ନା ଟେବୁଲ ଟପ ରନୱେର ଭ୍ରମ ବୈଷୟିକକୌଶଳ ଉପରେ ଭାରି ପଡ଼ିଲା?
ତଦନ୍ତର ତୃତୀୟ ଦିଗ ହେଉଛି ପାଇଲଟଙ୍କ ମାନବୀୟ ତ୍ରୁଟି 
ରନୱେର ଦୂରତାକୁ ଭୁଲ ଆକଳନ କଲେ କି ପାଇଲଟ? 
ରନୱେ ନ ଦିଶିବାରୁ ଗୋ-ଏରାଉଣ୍ଡରେ ଗଲା ବିମାନ
ଗୋ ଏରାଉଣ୍ଡ ପରେ ତରବରରେ ଲ୍ୟାଣ୍ଡିଂ ଉଦ୍ୟମ କଲେ କି? 
କ'ଣ ରନୱେ ଦିଶୁଥିବା ଭ୍ରମ ପାଇଲଟଙ୍କର ହେଲା କି? 
କାରଣ ଏଟିସି ଲ୍ୟାଣ୍ଡିଂ ଅନୁମତି ଦେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା 
କିଛି ସମୟରେ ରନୱେ ନିକଟରେ ବିମାନ ଜଳୁଥିବା ଦେଖିଥିଲା ଏଟିସି 
ଏଥିରୁ ଜଣାପଡ଼ୁଛି ନିମିଷକ ଭିତରେ ବଡ଼ ଅଘଟଣ ଘଟିଗଲା 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe