କନକ ବ୍ୟୁରୋ : ସୁରକ୍ଷା ମାଗିଲା ଶକ୍ତି ବିଭାଗ। ପୁଲିସ ଡିଜି, ଆଇଜିଙ୍କୁ ଏନେଇ ଚିଠି ଲେଖିଲେ ବିଭାଗୀୟ ସଚିବ। ବିଦ୍ୟୁତ ଚୋରି ଓ ହୁକିଙ୍ଗ ଭଳି ବେଆଇନ କାର୍ୟ୍ୟକଳାପକୁ ରୋକିବା ପାଇଁ ପୁଲିସ ବିଭାଗର ସହାୟତା ଲୋଡ଼ିଲା ଶକ୍ତି ବିଭାଗ। ବିଦ୍ୟୁତର ଅପବ୍ୟବହାରକୁ ରୋକିବା ପାଇଁ ଚେକିଙ୍ଗ କରିବାକୁ ଗଲାବେଳେ ବେଳେବେଳେ ଆକ୍ରମଣର ଶିକାର ହେଉଛନ୍ତି କର୍ମଚାରୀ। ଏସବୁକୁ ଦୃଷ୍ଟିରେ ରଖି ସହାୟତା ମାଗିଛି ବିଭାଗ। 

Advertisment