କନକ ବ୍ୟୁରୋ : ଛତିଶଗଡ଼ରେ ନକ୍ସଲଙ୍କୁ ଏନକାଉଣ୍ଟର । ପୁଣି ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ଲାଲବାହିନୀ । ୫ ନକ୍ସଲ ନିହତ ହୋଇଛନ୍ତି । ଏବେବି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ସୂଚନା ମିଳିଛି।କାଙ୍କେର ଜିଲ୍ଲା ଓ ନାରାୟଣପୁର ଜିଲ୍ଲା ସୀମାନ୍ତରେ ଯେଉଁ ଜଙ୍ଗଲ ଅଛି, ସେଠାରେ ଲୁଚି ରହି କ୍ୟାମ୍ପ କରିଥିଲେ ମାଓବାଦୀମାନେ ।

Advertisment

ଖବର ପାଇବା ଜଙ୍ଗଲରେ କମ୍ଵିଂ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ପ୍ରଥମେ ଗୁଳି ଚଳାଇଥିଲେ ନକ୍ସଲମାନେ । ଗୁଳିରେ ସୁରକ୍ଷାକର୍ମୀ ହିଁ ପାଲଟା ଜବାବ ଦେଇଛନ୍ତି । ଏଥିରେ ୫ ନକ୍ସଲ ନିହତ ହୋଇଛନ୍ତି । ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।