କନକ ବ୍ୟୁରୋ : ହାତୀ ଆକ୍ରମଣରେ ମହିଳା ଗୁରୁତର । ଚମ୍ପୁଆ ବ୍ଲକ ରଜିଆ ଜଂଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହେଇଛନ୍ତି ପତଳା ଗାଁର ଗୀତା ନାଏକ ।  ହାତୀ ମହିଳାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେବାରୁ ସେ ଗୁରୁତର ଆହତ ହେଇଛନ୍ତି । ଆଜି ସକାଳୁ ରଜିଆ ଜଙ୍ଗଲକୁ ଗାଁର ଅନ୍ୟ କିଛି ମହିଳାଙ୍କ ସହ ସେ ଛତୁ ତୋଳିବାକୁ ଯାଇଥିଲେ । ଏକ ଗୋଠଛଡା ହାତୀ ଗୀତାଙ୍କୁ ଆକ୍ରମଣ କରିଥିଲା । ଅନ୍ୟ ଜଣେ ମହିଳା ପଦ୍ମିନୀ ନାଏକ ଦୈଡି ପଳାଉ ଥିବାବେଳେ ଗଛରେ ପିଟିହେଇ ସେ ମଧ୍ୟ ଆହତ ହେଇଛନ୍ତି । ଦୁହିଁଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୀତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଗୀତାଙ୍କ ସ୍ବାମୀ ଶୁଦ୍ର ନାଏକ ମଧ୍ୟ କିଛି ବର୍ଷ ତଳେ ହାତୀ ଆକ୍ରମଣରେ ମୣତ୍ୟୁବରଣ କରିଥିଲେ ।