ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ ; ୧୩ ଡିଭିଜନରେ ହାତୀ ସଂଖ୍ୟା ଶୂନ୍

Advertisment

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ  । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ  । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ  । 

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ  । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ  । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ  । 

5744

କନକ ବ୍ୟୁରୋ: ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ  । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ  । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ  । 

ମୋଟ୍ ୩୩୪ ଟି ବଡ଼ ଦନ୍ତା ହାତୀ, ୧୨ ଟି ବଡ଼ ମାଖନା ହାତୀ, ୬୭୮ ଟି ମାଇ ହାତୀ ଓ ୪୦୩ ଟି ହାତୀ ଛୁଆ ଅଛନ୍ତି  । କିନ୍ତୁ ୧୩ ଟି ଡିଭିଜନରେ ଗୋଟିଏ ବି ହାତୀ ନାହାନ୍ତି  । ଢେଙ୍କାନାଳ ଡିଭିଜନରେ ସର୍ବାଧିକ ୧୯୧ ଟି କେନ୍ଦୁଝର ଡିଭିଜନରେ ୧୬୦ ଟି ଆଠଗଡ଼ ଡିଭିଜନରେ ୧୨୪ ଟି, ଦେଓଗଡ଼ ଡିଭିଜନରେ ୧୨୩ ଟି ଓ ଅନୁଗୁଳରେ ୧୧୭ ଟି ହାତୀ ଅଛନ୍ତି  ।

ରିପୋର୍ଟ ଅନୁସାରେ , ରାଜ୍ୟରେ ହାତୀଙ୍କ ସଂଖ୍ୟା କମିଛି । ପୂର୍ବରୁ ହୋଇଥିବା ହାତୀ ଗଣନାରୁ ଚଳିତ ହାତୀ ଗଣନା ଭିତରେ ୪୮ ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe