କନକ ବ୍ୟୁରୋ: ପାଖେଇ ଆସୁଛି ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ । ଚଳଚଞ୍ଚଳ ରଥ ଖଳା । ସାଆନ୍ତେଙ୍କ ପାଇଁ ଜୋରଦାର ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନିରଥ ପାଞ୍ଚ ଦଣ୍ଡାରେ ଆଗଆଣି, ପଛଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ଵରେ ପୋଲା ଗୟଳ ମୋଡା ଶେଷ ହୋଇଛି ।
ଆଜି ତିନିରଥର ଚାରିନାହାକା ଉଠିଛି । ୩୭ ଦିନରେ ରଥ ଉପରକୁ ଚାରି ନାହକା ଉଠିବା କାମ ସମ୍ପାଦିତ ହୋଇଛି । ସେପଟେ ରଥଯାତ୍ରା ପାଇଁ କରାଗଲା ବିଦ୍ୟୁତ ବିଭାଗ ମକ୍ ଡ୍ରିଲ୍ ।