କନକ ବ୍ୟୁରୋ: କନକ ନ୍ୟୁଜର ମହାପ୍ରଭାବ । ରୁଷିଲେ ମାଉସୀ, ବୁଝିଲେ ଜିଲ୍ଲାପାଳ । ଏଇ ମାସଠାରୁ ଘର ପାଖରେ ମିଳିବ ଚାଉଳ । ସୋମବାର ଚାନ୍ଦବାଲି ବ୍ଲକରେ ଜିଲ୍ଲାପାଳଙ୍କ ଜଣାଶୁଣାଣି କାର୍ଯ୍ୟକ୍ରମ ଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତରୁ ହିତାଧିକାରୀ ମାନେ ସେମାନଙ୍କର ଅଭିଯୋଗ ନେଇ ଜିଲ୍ଲାପାଳକୁ ଭେଟିଥିଲେ । ଗୋପୀନାଥପୁର ପଞ୍ଚାୟତର ଜଣେ ୭୦ବର୍ଷୀୟା ବୃଦ୍ଧା ତାଙ୍କର ଏକମାତ୍ର ଦିବ୍ୟାଙ୍ଗ ଝିଅକୁ ନେଇ ଅତି କଷ୍ଟରେ ଚଳୁଛନ୍ତି । ସେ ଏହି ରାସନ ସାମଗ୍ରୀ ନେବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଦୁଃଖ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସିଥିଲେ । ହେଲେ ଜିଲ୍ଲାପାଳ ତାଙ୍କୁ ଅଣଦେଖା କରି ଚାଲିଯାଇଥିଲେ । ଯାହାକୁ ନେଇ ସେ ତାଙ୍କ କ୍ଷୋଭ ପ୍ରକାଶ କରି ବ୍ଲକ ସ୍ଥିତ ଜନଶୁଣାଣି ଗୃହରେ ରୁଷି ବସି ରହିଥିଲେ ।
ଏ ଖବର ଗତକାଲି କନକ ନ୍ୟୁଜରେ ପ୍ରସାରିତ ହୋଇଥିଲା । ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଦ୍ରକ ସିଏସଓ ମନମୋହନ ପଟ୍ଟନାୟକ କହିଛନ୍ତି, ଏଇ ମାସଠାରୁ ସରକାରଙ୍କ ଚାଉଳ ଘଣ୍ଟେଶ୍ୱରୀଠାରେ ମିଳିବ । ଏଥିସହ ବୃଦ୍ଧାଙ୍କ ଚାଉଳ ତାଙ୍କ ଘର ନିକଟରେ ମିଳିବ ଵୋଲି ପ୍ରତିଶ୍ରୁତି ଦେଇଛନ୍ତି ।