କନକ ବ୍ୟୁରୋ : ଦିନକୁ ଦିନ ଗମ୍ଭୀର ହେଉଛି ଜଳବାୟୁ ସଙ୍କଟ । କେହି ବି ଏଥିରୁ ନିସ୍ତାର ପାଉନାହାନ୍ତି । ଲଘୁଚାପ ନହେଲେ ମୌସୁମୀ ସକ୍ରିୟ ହେଉନି । ପାଣି, ପବନ, ମାଟି ସବୁଥିରେ ବିଷ ଖୁନ୍ଦି ହୋଇଗଲାଣି । ଏହା ଭିତରେ ସାମ୍ନାକୁ ଆସିଛି ବିଶ୍ୱବ୍ୟାଙ୍କର ରିପୋର୍ଟ ।
ଗତ ପାଞ୍ଚ ବର୍ଷ ଭିତରେ ୬୦ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ଜଳବାୟୁଜନିତ ଚରମ ଘଟଣାର ପ୍ରଭାବକୁ ଅନୁଭବ କରିଛନ୍ତି । ଏପରିକି ଆସନ୍ତା ଦଶନ୍ଧିରେ ଏଭଳି ଘଟଣା ଦ୍ୱାରା ୭୫ ପ୍ରତିଶତରୁ ଅଧିକ ପରିବାର ଓ ସଂସ୍ଥା ପ୍ରଭାବିତ ହେବେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଆଉ ଏକ ରୋଚକ କଥା ଏବେ ଦେଖିବାକୁ ମିଳିଛି । ବିଭିନ୍ନ ମାମଲାରେ ୯୫୦୦ରୁ ଅଧିକ ଚାରା ରୋପଣ ଲାଗି ସର୍ତ୍ତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ । ଜାମିନ ପାଇବା ଲାଗି ଅଭିଯୁକ୍ତକୁ ଗଛ ଲଗାଇବାକୁ ପଡ଼ିବ । ଏଥିରେ ଖିଲାପ କଲେ ତାଙ୍କ ଜାମିନ ବାତିଲ ହେବ ବୋଲି କୋର୍ଟ କହିଛନ୍ତି । ପରିବେଶ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଏହି ରାୟକୁ ନେଇ ସବୁଆଡ଼େ ଚର୍ଚ୍ଚା । ସାରା ବିଶ୍ୱରେ ଜଳବାୟୁ ବିଗିଡ଼ି ଚାଲିଥିଲାବେଳେ ଆମକୁ ସତର୍କ ହେବା ସମୟ ଆସିଛି ।
ବିଶ୍ୱବ୍ୟାଙ୍କର ବଡ଼ ଆକଳନ
ଗ୍ରୀଷ୍ମ ପ୍ରବାହ ଚରମସୀମାରେ ପହଞ୍ଚିବ
ପ୍ରତି ୫ ଜଣରେ ଜଣେ ବନ୍ୟା ଦ୍ୱାରା ପ୍ରଭାବିତ
ଚାଷୀ ପରିବାର ଅଧିକ କ୍ଷତି ସହିବେ
ଦକ୍ଷିଣ ଏସିଆରେ ୯୦ ପ୍ରତିଶତରୁ ଅଧିକ ଲୋକ ପ୍ରଭାବିତ
୮୯ ପ୍ରତିଶତ ଲୋକ ପ୍ରବଳ ଗରମ ଅନୁଭବ କରିବେ
୨୨ ପ୍ରତିଶତ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହେବେ
ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାନବପୁଞ୍ଜି ଓ ସମ୍ପତ୍ତି ନଷ୍ଟ ହେବ
ଲୋକମାନଙ୍କର ଆୟ ବହୁଳ ଭାବେ ହ୍ରାସ ପାଇବ
ଆଗୁଆ ସତର୍କ ସୂଚନା ମିଳିଲେ ପ୍ରତିଷେଧକ ନେଇ ହେବ
ସମ୍ବେଦନଶୀଳ ଉପକୂଳ ଅଞ୍ଚଳକୁ ସତର୍କ ସୂଚନା ଜରୁରୀ
ତଳିଆ ଅଞ୍ଚଳବାସୀଙ୍କୁ ବାତ୍ୟା ଓ ବନ୍ୟାର ଆଗୁଆ ସୂଚନା ଦିଅ
ଅଧାରୁ ଅଧିକ ଲୋକଙ୍କ ପାଖରେ ସତର୍କ ସୂଚନା ପହଞ୍ଚେନି
ପ୍ରାୟ ୮୦ ପ୍ରତିଶତ ପରିବାର କିଛି ପଦକ୍ଷେପ ନେଉଛନ୍ତି
୬୩ ପ୍ରତିଶତ ସଂସ୍ଥା କିଛି ନା କିଛି ପଦକ୍ଷେପ ନେଉଛନ୍ତି
ଚାଷ କ୍ଷତି ରୋକିବାକୁ ଜଳବାୟୁ ସହନଶୀଳ ବିହନ ବ୍ୟବହାର
ବିପଦପୂର୍ଣ୍ଣ ଅଞ୍ଚଳବାସୀଙ୍କୁ ନିରାପଦକୁ ନେବା ଘଟଣା କ୍ୱଚିତ୍
ଗଛ ଲଗାଇଲେ ମିଳିବ ଜାମିନ
ଚର୍ଚ୍ଚା ବଢ଼ାଉଛି ଓଡ଼ିଶା ହାଇକୋର୍ଟଙ୍କ ରାୟ
ଜାମିନ୍ ପାଇବାକୁ ଗଛ ଲଗାଇବାକୁ ହେବ
ନିର୍ଦ୍ଦେଶ ଦେଲେ ବିଚାରପତି ଡକ୍ଟର ସଂଜୀବ ପାଣିଗ୍ରାହୀ
କେବଳ ମେ’ ମାସରେ ବିଭିନ୍ନ ମାମଲାରେ ନିର୍ଦ୍ଦେଶ
ଶତାଧିକ ମାମଲାରେ ବୃକ୍ଷରୋପଣ ଲାଗି ନିର୍ଦ୍ଦେଶ
ମେ ୧୬ରେ ୭୦ଟି ଜାମିନ ଆବେଦନର ବିଚାର
ଶହେରୁ ୫୦୦ ଯାଏଁ ବୃକ୍ଷରୋପଣ ଲାଗି ନିର୍ଦ୍ଦେଶ
ଗୋଟିଏ ଦିନରେ ବିଚାରପତିଙ୍କ ରେକର୍ଡ ରାୟ
୯୫୦୦ରୁ ଅଧିକ ଚାରା ଲଗାଇବାକୁ ଦିନକରେ ନିର୍ଦ୍ଦେଶ
ଜାମିନରେ ଯାଇ ଗାଁ ପାଖରେ ଲଗାଇବେ ଗଛ
ଆମ୍ବ, ନିମ, ତେନ୍ତୁଳି ଭଳି ଚାରା ଲଗାଇବେ
ସରକାରୀ ଜମି/ଗୋଷ୍ଠୀ/ଘରୋଇ ଜମିରେ ଲାଗିବ
ଜମି ଉପଲବ୍ଧ ନଥିଲେ ରାଜସ୍ବ ଅଧିକାରୀ ଯୋଗାଇବେ
ଜିଲ୍ଲା ନର୍ସରି/ଡିଏଫ୍ଓ ଚାରା ଯୋଗାଇ ଦେବେ
ଗଛ ଲାଗିଲା କି ନାହିଁ ପୁଲିସ ତଦାରଖ କରିବ
ବନ ଅଧିକାରୀଙ୍କ ସହଯୋଗ ନେଇପାରିବ ପୁଲିସ
ଚାରାର ୨ ବର୍ଷ ପର୍ଯ୍ୟନ୍ତ ଯତ୍ନ ନେବେ ଅଭିଯୁକ୍ତ
ଚାରା ରୋପଣ ଓ ଯତ୍ନ ସତ୍ୟପାଠ ଦାଖଲ କରିବେ
ଏହି ସର୍ତ୍ତରେ ବିଫଳ ହେଲେ ଜାମିନ ବାତିଲ ହେବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/06/05/IJDjUyxXPKI4V1n4LzVy.jpg)