କନକ ବ୍ୟୁରୋ: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ନାହାନ୍ତି ତ’ ଆଉ କେଉଁଠି ପିଲା ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଗମନାଗମନର ସୁବିଧା ନଥିବାରୁ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଗଜପତିରେ ରାସ୍ତା ନଥିବା ଯୋଗୁଁ ବିଲ ହୁଡ଼ା, ଜଙ୍ଗଲ ରାସ୍ତା ଦେଇ ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ ।
କୁହାଯାଏ ଶିକ୍ଷାର ବିକାଶ ହେଲେ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ହେଲେ ଯେଉଁଠି ପିଲା ପାଠ ଟିକେ ପଢ଼ିବା ପାଇଁ ଏତେ ସଂର୍ଘର୍ଷ କରୁଛନ୍ତି । ସେଠି ଉନ୍ନତି କଥା କ’ଣ ବା କହିହେବ। ଆପଣ ଦେଖୁଥିବା ହାଟଡିହି, ଗଜପତି ଓ ଉଦଳାର ୩ଟି ଚିତ୍ର ଏହାର ବାସ୍ତବତାକୁ ଦର୍ଶାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/08/read-2025-09-08-18-08-02.jpg)