କନକ ବ୍ୟୁରୋ: ପ୍ରାୟ ୧୦ ବର୍ଷ ପରେ ଚିଟଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ବା ଏଟି ଠକେଇ ମାମଲାରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ବା ଇଡି ଆଜି ଚାର୍ଜଫ୍ରେମ୍ କରିଛି । ସେତେବେଳେ ଏଟି ନାଁରେ ୫ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ହଜାର ହଜାର ଜମାକାରୀ ଠକେଇର ଶିକାର ହୋଇଥିଲେ। ଆଜି ପି. ଏମ. ଏଲ. ଏ. କୋର୍ଟରେ ଏଟି ଗ୍ରୁପ୍ ନାଁରେ ଚାର୍ଜଫ୍ରେମ୍ ହୋଇଛି ଓ ପୂର୍ବରୁ ଗତ ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଭୁବନେଶ୍ୱରର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁରରେ ଚଢ଼ାଉ କରଯାଇଥିଲା। ପରେ ଠକେଇରେ ସମ୍ପୃକ୍ତ ସମସ୍ତ ଅଭିୟୁକ୍ତଙ୍କୁ ଜେରା କରିଥିଲା ଇଡି ।
ଆଜି ଅର୍ଥତତ୍ତ୍ୱ ସଂସ୍ଥାର ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯାଇଛି ଓ ଏଟି ଗ୍ରୁପ୍ ଚିଟଫଣ୍ଡ ଠକେଇ ମାମଲାରେ ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଓ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍ କରାଯାଇଛି । ପୂର୍ବରୁ ୧୩୫ କୋଟି ଟଙ୍କା ଆଟାଚ୍ କରିଥିଲା ଇଡି । ଏହା ଭିତରେ ବ୍ୟାଙ୍କ ବାଲାନ୍ସ, ଜମି, ଘର, ଫ୍ଲାଟ, ବିଲଡିଂ ଇତ୍ୟାଦି ଅନ୍ତର୍ଭୁକ୍ତ ଓ ପ୍ରଥମେ ସିବିଆଇ ମାମଲାର ତଦନ୍ତ କରି କିଛି ଅଭିଯୁକ୍ତଙ୍କୁ ଗିରଫ କିଥିଲା । ପରେ ଏହି ମାମଲାର ତଦନ୍ତ ଭାର ନେଇଥିଲା ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ବା ଇଡି । ଏହି ମାମଲାରେ ଆଜି ଚାର୍ଜଫ୍ରେମ୍ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/26/T6QbGVGxTFD2f6z6Zmdv.jpg)