ମନମୋହନ ସିଂଙ୍କ ଅନ୍ତିମ ଯାତ୍ରା: ନିଗମବୋଧ ଘାଟରେ ପହଞ୍ଚିଲା ପାର୍ଥିବ ଶରୀର

Advertisment

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରା । ନିଗମବୋଧ ଘାଟରେ ପହଞ୍ଚିଲା ପାର୍ଥିବ ଶରୀର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ଯାଇଥିଲା ।

ମନମୋହନ ସିଂଙ୍କ ଅନ୍ତିମ ଯାତ୍ରା । ନିଗମବୋଧ ଘାଟରେ ପହଞ୍ଚିଲା ପାର୍ଥିବ ଶରୀର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ଯାଇଥିଲା ।

qsq

କନକ ବ୍ୟୁରୋ: ମନମୋହନ ସିଂଙ୍କ ଅନ୍ତିମ ଯାତ୍ରା । ନିଗମବୋଧ ଘାଟରେ ପହଞ୍ଚିଲା ପାର୍ଥିବ ଶରୀର । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବ ଶରୀର ଆର୍ମି ମେମୋରିଆଲ ଗାଡିରେ ନିଗମବୋଧ ଘାଟକୁ ଯାଇଥିଲା । ଆର୍ମି ଗାଡିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ଏହାସହ ମନମୋହନ ସିଂଙ୍କ ପରିବାର ଲୋକ ବି ଥିଲେ । ଆର୍ମି ଟ୍ରକର ଦୁଇପଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପୋଲିସ ଓ ଆର୍ମି ଗାଡି ସାଙ୍ଗେ ଚାଲି ଚାଲି ଯାଉଥିଲେ । 

ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ଜାତୀୟ ଶୋକ ପାଳନ କରାଯାଉଥିବାରୁ ଆଜି ରାଷ୍ଟ୍ରପତି ଭବନରେ 'ଚେଞ୍ଜ ଅଫ୍ ଗାର୍ଡ' ଉତ୍ସବ ଅନୁଷ୍ଠିତ ହେବ ନାହିଁ। ଏହା ଏକ ସାମରିକ ପରମ୍ପରା, ଯେଉଁଥିରେ ରାଷ୍ଟ୍ରପତିଙ୍କ ଅଙ୍ଗରକ୍ଷୀଙ୍କ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀଠାରୁ ଦାୟିତ୍ୱ ଗ୍ରହଣ କରନ୍ତି। ପ୍ରତି ସପ୍ତାହରେ ଏହା ଅନୁଷ୍ଠିତ ହୋଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe