କନକ ବ୍ୟୁରୋ: କନକ ନ୍ୟୁଜ୍ ମହାପ୍ରଭାବ। ଆଉ ୧୫ ଦିନ ବଢିଲା ଇ-କେୱାଇସି ଅପଡେଟ୍ ଅବଧି। ଫେବୃଆରୀ ୧୫ ତାରିଖ ପର୍ୟ୍ୟନ୍ତ ଇ-କେୱାଇସି ଅବଧି ବଢିଥିବା ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୩୧ ତାରିଖ ଡେଡଲାଇନ୍ ଥିଲା। କାଲି ସୁଦ୍ଧା ଇ-କେୱାଇସି କରିନଥିବା ହିତାଧିକାରୀ ରାସନ୍ ପାଇବାରୁ ବଞ୍ଚିତ ହୋଇଥାନ୍ତେ। କିନ୍ତୁ ରାସନ୍ ହିତାଧିକାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯୋଗାଣ ମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ରହିଛନ୍ତି ୩ କୋଟି ୩୫ ଲକ୍ଷ ୫୭୦ ଜଣ ହିତାଧିକାରୀ। ବର୍ତ୍ତମାନ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଗତକାଲି ଗୋଟିଏ ଦିନରେ ୩୪ ହଜାର ୬୯୯ ଜଣଙ୍କର ଇ-କେୱାଇସି ଅପ୍‌ଡେଟ୍ ହୋଇଥିଲା। 

Advertisment

୩୯ ଲକ୍ଷ କରିନାହାନ୍ତି ଇ-କେୱାଇସି ଅପ୍‌ଡେଟ୍‌
- ୨୯ ତାରିଖ ସୁଦ୍ଧା ୨ କୋଟି ୯୬ ଲକ୍ଷ ୯୭ ହଜାର ୩୩୨ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍
- ରାଜ୍ୟରେ ରହୁଥିବା ୨ କୋଟି ୯୫ ଲକ୍ଷ ୬୪ ହଜାର ୯୫୪ ଜଣ ଇ-କେୱାଇସି ଅପ୍‌ଡେଟ୍ କରିଛନ୍ତି
- ରାଜ୍ୟ ବାହାରେ ରହୁଥିବା ୧ ଲକ୍ଷ ୩୨ ହଜାର ୩୭୮ ଜଣ କରିଛନ୍ତି ଇ-କେୱାଇସି ଅପ୍‌ଡେଟ୍
- ୨୯ ତାରିଖ ସୁଦ୍ଧା ମୋଟ୍ ୩୮ ଲକ୍ଷ ୩ ହଜାର ୨୩୮ ଜଣ ଇ-କେୱାଇସି ଅପ୍‌ଡେଟ୍ କରିନାହାନ୍ତି
- ଗତକାଲି ଗୋଟିଏ ଦିନରେ ୩୪ ହଜାର ୬୯୯ ଜଣଙ୍କ ହୋଇଛି ଇ-କେୱାଇସି ଅପ୍‌ଡେଟ୍ 
- ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨ ଲକ୍ଷ ୯୩ ହଜାର ୧୬୩ ଜଣ ଏଯାଏଁ କରିନାହାନ୍ତି ଅପ୍‌ଡେଟ୍ 
- ମୟୂରଭଞ୍ଜରେ ୨ ଲକ୍ଷ ୪୧ ହଜାର, କଳାହାଣ୍ଡିରେ ୨ ଲକ୍ଷ ୭ ହଜାର ଅପ୍‌ଡେଟ୍ କରିନାହାନ୍ତି
- ଦେବଗଡ଼ରେ ସବୁଠୁ କମ୍‌ ୧୯ ହଜାର ୩୯୨ ଜଣ ନିଜର କେୱାଇସି ଅପ୍‌ଡେଟ୍ କରିନାହାନ୍ତି
- ଝାରସୁଗୁଡ଼ାରେ ୪୨ ହଜାର, ସୋନପୁରରେ ୫୪ ହଜାର, ନୟାଗଡ଼ରେ ୬୪ ହଜାର ଅପ୍‌ଡେଟ୍