କନକ ବ୍ୟୁରୋ: ବାଇକରେ ତେଲ ସରିଗଲା । ଆଉ ବୋତଲରେ ପେଟ୍ରୋଲ ମିଳୁ ନଥିବାରୁ ଡାଲା ଅଟୋରେ ଗାଡିକୁ ବୋହିକି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆଣିଲେ ଚାଳକ । କଟକ, ନରସିଂହପୁର ଅଞ୍ଚଳରୁ ଆସିଛି ଏଭଳି ଘଟଣା । ଅଧା ରାସ୍ତାରେ ଜଣେ ବାଇକଙ୍କ ତେଲ ସରିଯିବାରୁ ଭଡ଼ା ଗାଡ଼ି କରି ତେଲ ପକାଇବାକୁ ଆସିଲେ । ପ୍ଲାଷ୍ଟିକ ବୋତଲରେ ତେଲ ମିଳୁ ନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ବାଇକ ଚାଳକ । ଏହି ରୋଚକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବୋତଲରେ ପେଟ୍ରୋଲ ବନ୍ଦ କରିବା ନିଷ୍ପତ୍ତି ପରେ ଏବେ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । କେମିତି ଲୋକମାନେ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାର ଚିତ୍ର ବି ଦେଖିବାକୁ ମିଳୁଛି । ବାଇକରେ ତେଲ ସରିଗଲେ ପେଟ୍ରୋଲ ପମ୍ପରୁ ଆମେ କେମିତି ପେଟ୍ରୋଲ ଆଣିବୁ ବୋଲି ଲୋକ ପ୍ରଶ୍ନ କରିଛନ୍ତି । ସେହିପରି ଯାହା ଘର ପେଟ୍ରୋଲ ପମ୍ପଠାରୁ ୧୦/୧୫ କିମି ଦୂରରେ ସେମାନେ କେମିତି ପେଟ୍ରୋଲ ପାଇବେ ତାହା ମଧ୍ୟ ଲୋକଙ୍କ ଚିନ୍ତା ବଢ଼ାଇଛି ।