କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ଘସିପୁରା, ହାଟଡ଼ିହିରେ ୩ଟି ପାନୀୟଜଳ ପ୍ରକଳ୍ପ କାମ ୨୦୧୯ରେ ଆରମ୍ଭ ହୋଇଥିଲା । ୨୦୨୧ରେ ସରିବା କଥା । କିନ୍ତୁ ୫ ବର୍ଷ ପରେ ବି ସରିନି। କାମ ନେଇଥିବା ରାଜ୍ୟ ବାହାର ଠିକାଦାର ୮୯% ଟଙ୍କା ଉଠାଇ ନେଲେଣି । କିନ୍ତୁ ଗୋଟିଏ ବି ଗାଁ ପାଣି ମୁନ୍ଦାଏ ପାଉନି। ବରଂ ମନୋମୁଖୀ କାର୍ଯ୍ୟ ଯୋଗୁ ଗାଁ ରାସ୍ତା ନଷ୍ଟ ହୋଇଛି । ଠିକାଦାର ତାକୁ ମଧ୍ୟ ମରାମତି କରି ନାହାନ୍ତି।
ଆନନ୍ଦପୁରରେ ପାନୀୟଜଳ ପ୍ରକଳ୍କ ପାଇଁ ୧୩୫ କୋଟି ୬୨ ଲକ୍ଷ ଟଙ୍କା, ଘସିପୁରା ପ୍ରକଳ୍ପ ପାଇଁ ୧୮୭ କୋଟି ୨୧ ଲକ୍ଷ ଓ ହାଟଡ଼ିହି ପାନୀୟଜଳ ପ୍ରକଳ୍ପ ପାଇଁ ୩୫୫ କୋଟି ୧୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କାମ ସରିନଥିବା ବେଳେ କାଁ ଭାଁ କିଛି ଗାଁକୁ ପରୀକ୍ଷାମୂଳକ ଭାବେ ପାଣି ଟିକିଏ ଛାଡ଼ି ଦେଇ ପ୍ରଶାସନ ନିଜ ଦୋଷ ଲୁଚାଇବାକୁ ବସିଛି। କାମ ଦେଖି ସ୍ପଷ୍ଟ ବାରି ହୋଇପଡୁଛି ସରକାରୀ ବାବୁ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା। ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଆନନ୍ଦପୁର ବିଧାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଠିକାଦାର ୮୯% ଟଙ୍କା ପାଇସାରିଥିବା ବେଳେ ଅବଶିଷ୍ଟ ମାତ୍ର ୧୧% ଟଙ୍କାରେ ଏତେ କାମ ହେବ କେମିତି? ଅନେକ ଗାଁକୁ ପାଇପ୍ ବିଛା ଯାଇନି। ପ୍ରକଳ୍ପ ଶେଷ ହେବ କି ନାହିଁ, ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/08/qSqRq2vmyiK3XBzQSdpC.jpg)