କନକ ବ୍ୟୁରୋ : ବଢ଼ୁଛି ବ୍ରହ୍ମପୁରର କଳେବର । ଜିଲ୍ଲା ବିକାଶର ଚେହେରା ବଦଳାଇବାକୁ ବି ଚେଷ୍ଟା ହେଉଛି । ତା’ସହ ନୂଆ ଅର୍ଥନୈତିକ କରିଡର ସୃଷ୍ଟି କରାଯାଇ ବିକାଶର ନୂଆ ନକ୍ସା ଆଙ୍କିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଦକ୍ଷିଣ ଓଡ଼ିଶାର ମୁଖଶାଳା ବ୍ରହ୍ମପୁର । ହେଲେ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ହେଉଛି ଛତ୍ରପୁର । ସେପଟେ ଗୋପାଳପୁର ପାଖରେ ଉଭୟ ବନ୍ଦର ଓ ବିମାନବନ୍ଦର । ଯଦି ତିନି ସହରକୁ ମିଶାଇ ଦିଆଯାଏ ତେବେ ବଦଳିଯିବ ବିକାଶର ନକ୍ସା । ଜଳ, ସ୍ଥଳ ଓ ଆକାଶପଥ ଥିବା ଯୋଗୁ କଳେବର ବୃଦ୍ଧି ଲାଗି ବାଟ ଫିଟିବ । ସରକାର ଗଢ଼ିବେ ସ୍ବର୍ଣ୍ଣ ତ୍ରିଭୁଜ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର, ଛତ୍ରପୁର ଓ ଗୋପାଳପୁରକୁ ମିଶାଇ ହେବ ନୂଆ ଅର୍ଥନୈତିକ କରିଡର । ଏହା ହେଲେ ବୃହତ ଓ ଲଘୁ ଉଦ୍ୟୋଗ ଖୋଲାଯିବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ନୂଆକରି ହେବାକୁ ଥିବା ଆଇଟି ଟାୱାର ଏହି ବିକାଶକୁ ବଳ ଦେବ ବୋଲି କୁହାଯାଉଛି । ସ୍ଵର୍ଣ୍ଣ ତ୍ରିଭୁଜରେ ଜମି ଦର ଆକାଶଛୁଆଁ ହୋଇଛି । ଆୟ ତୁଳନାରେ ବଢ଼ି ଯାଉଛି ଖର୍ଚ୍ଚ । ଛତ୍ରପୁରରୁ ଗୋପାଳପୁର ଭିତରେ ରହିଛି ଟାଟା ଏସଇଜେଡ୍ । ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କ ଭିତରେ ଶିଳ୍ପ ସଂସ୍ଥା ଗଢ଼ି ଉଠୁଛି । ଏତିକି ବେଳେ ଜମି ଦର ହଠାତ ଆକାଶଛୁଆଁ ହୋଇଛି । ଚାଷ ଜମିକୁ ଲୋକେ କମ ଦାମରେ କିଣି ନେଉଛନ୍ତି । ଯାହା ଲୋକଙ୍କ ଚିନ୍ତା ବଢ଼ାଇଛି । ଏପଟେ ସର୍ବନିମ୍ନ ସୁବିଧା ନ ଥାଇ ସହର କେମିତି ଆଗକୁ ବଢିବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ।
ଗ୍ରେଟର ବ୍ରହ୍ମପୁରର ସ୍ବପ୍ନ ହେବ ସାକାର : ରେଶମ ସହର ସହ ମିଶିବ ଛତ୍ରପୁର ଓ ଗୋପାଳପୁର
ଦକ୍ଷିଣ ଓଡ଼ିଶାର ମୁଖଶାଳା ବ୍ରହ୍ମପୁର । ହେଲେ ଗଞ୍ଜାମ ଜିଲ୍ଲା ମୁଖ୍ୟାଳୟ ହେଉଛି ଛତ୍ରପୁର । ସେପଟେ ଗୋପାଳପୁର ପାଖରେ ଉଭୟ ବନ୍ଦର ଓ ବିମାନବନ୍ଦର ।
/kanak/media/media_files/2025/09/11/berhampur-2025-09-11-20-12-22.jpg)