କନକ ବ୍ୟୁରୋ: ସମ୍ବଲପୁର ଜିଲ୍ଲାରେ ନାହିଁ ଟ୍ରମା କେୟାର ସୁବିଧା । ଚିକିତ୍ସା ପାଇଁ ବାହାରକୁ ଯାଉଛନ୍ତି ରୋଗୀ। ସେ ୫୦ ଭିମ୍ସାର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେଉଁଠି ବି ନାହିଁ ଟ୍ରମା କେୟାରର ସୁବିଧା। ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ ।
ସମ୍ବଲପୁରବାସୀଙ୍କ ପାଇଁ ଦିବା ସ୍ବପ୍ନ ପାଲଟିଛି ଟ୍ରମା କେୟାର ସେଣ୍ଟର। ଭିମସାରରେ ୩୦ ଶଯ୍ୟା ବିଶିଷ୍ଟ ଟ୍ରମା କେୟାର ୟୁନିଟ୍ ଅଛି, ହେଲେ ଡାକ୍ତର ଓ କର୍ମଚାରୀ ନଥିବାରୁ ତାହା କାର୍ଯ୍ୟକ୍ଷମ ହୋଇପାରୁନି । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେତେ ଦଶନ୍ଧି ପରେ ଟ୍ରମା କେୟାର ସୁବିଧା ମିଳିବ ତାହା କାହାରିକୁ ଜଣାନାହିଁ । ୨୦୨୨ରେ ପୂର୍ବ ସରକାର ରାଜ୍ୟରେ ୫୫ ଟି ଟ୍ରମା କେୟାର ସେଣ୍ଟର ନିର୍ମାଣ ନେଇ ଘୋଷଣା କରିଥିଲେ । ଏଥିରୁ ୩ଟି ସେଣ୍ଟର କୁଚିଣ୍ଡା, ରେଢ଼ାଖୋଲ ଓ ଫାଶୀମାଲରେ ହେବାର ଥିଲା । ହେଲେ ରେଢ଼ାଖୋଲ ଓ କୁଚିଣ୍ଡାରେ ଜମି ଚିହ୍ନଟ ହୋଇ ଅଟକିଛି ଟେଣ୍ଡର ପ୍ରକ୍ରିୟା ।
ସମ୍ବଲପୁରରେ ଗତ ୪ ବର୍ଷରେ ସଡ଼କ ଦୁର୍ଘଟଣାରେ ୮୦୪ ଜଣଙ୍କ ଜୀବନ ଗଲାଣି।
ବର୍ଷ ଦୁର୍ଘଟଣା ମୃତ୍ୟୁ ଗୁରୁତର
୨୦୨୨ ୨୮୯ ୧୬୬ ୧୪୦
୨୦୨୩ ୪୦୧ ୨୨୪ ୧୮୮
୨୦୨୪ ୫୩୨ ୨୪୯ ୩୧୪
୨୦୨୫ (୯ ମାସ) ୩୪୩ ୧୬୫ ୧୧୭
ବର୍ଷକୁ ବର୍ଷକୁ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଟ୍ରମା କେୟାର ସେଣ୍ଟର କେବେ ହେବ ତାକୁ ନେଇ ଉଠୁଛି ପ୍ରଶ୍ନ ।
ସ୍ଥିତି ଦେଖି ଲାଗୁଛି ଟ୍ରମା କେୟାର ସୁବିଧା ପାଇବା ପାଇଁ ସମ୍ବଲପୁର ଜିଲ୍ଲାକୁ ବୋଧେ ଆହୁରି ଦଶନ୍ଧି ଅପେକ୍ଷା କରିବାକୁ ପଡ଼ିପାରେ ।