ଆରମ୍ଭ ହେଲା କୁକୁର ଗଣନା, ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌

ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ ।

ଆରମ୍ଭ ହେଲା କୁକୁର ଗଣନା

ଆରମ୍ଭ ହେଲା କୁକୁର ଗଣନା Photograph: (KanaKnews)

କନକ ବ୍ୟୁରୋ:  ଆରମ୍ଭ ହେଲା କୁକୁର ଗଣନା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କୁକୁର ଗଣନା । ଗୁରୁବାର ଭୋର ୫ଟା ରୁ ଆରମ୍ଭ ହୋଇ ସକାଳ ୭ଟା ଯାଏଁ ଚାଲିଥିଲା ଗଣନା କାର୍ଯ୍ୟ ।

ଡିଟେଲ ସର୍ଭେ ମେଥଡ଼ରେ ହୋଇଛି ଗଣନା । ଏକକାଳୀନ ୬୭ ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍‌ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଚାଲିବ କୁକୁର ଗଣନା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe