କନକ ବ୍ୟୁରୋ: ଆରମ୍ଭ ହେଲା କୁକୁର ଗଣନା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି କୁକୁର ଗଣନା । ଗୁରୁବାର ଭୋର ୫ଟା ରୁ ଆରମ୍ଭ ହୋଇ ସକାଳ ୭ଟା ଯାଏଁ ଚାଲିଥିଲା ଗଣନା କାର୍ଯ୍ୟ ।
ଡିଟେଲ ସର୍ଭେ ମେଥଡ଼ରେ ହୋଇଛି ଗଣନା । ଏକକାଳୀନ ୬୭ ଟି ୱାର୍ଡରେ ଚାଲିଥିବା ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ୪୧୦ ଟି ଟିମ୍ । ପ୍ରତ୍ୟେକ ଗଳିକନ୍ଦିରେ ଦୁଇଟି ପର୍ଯ୍ୟାୟରେ ବୁଲା କୁକୁର ଗଣନା କରାଯିବ । ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପ୍ଟେମ୍ବର ୧୮ରୁ ୨୫ ତାରିଖ ଯାଏଁ ଚାଲିବ କୁକୁର ଗଣନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/18/dog-2025-09-18-08-05-12.jpg)