କନକ ବ୍ୟୁରୋ : ଡାକ୍ତରଖାନାରେ ଚପଲ କାଢ଼ିବାକୁ ନେଇ ତୁମୁଳକାଣ୍ତ, ଡାକ୍ତରଙ୍କୁ ମାଡ଼ମାରି ଲହୁଲୁହାଣ କଲେ ଯୁବକ । ଗୁଜରାଟର ଏକ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କୁ ରୋଗୀଙ୍କର ସମ୍ପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ମେଡିକାଲର ଜରୁରୀକାଳୀନ ୱାର୍ଡରେ ଡ୍ୟୁଟି କରୁଥିବା ଜଣେ ଡାକ୍ତରଙ୍କୁ ଘୋଷାଡ଼ିବା ସହିତ କିଛି ଯୁବକ ମାଡ଼ ମାରିଥିବା ଭିଡିଓ ଏବେ ସାମ୍ନାକୁ ଆସିଛି ।
ଶନିବାର ଭବନଗର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ମହିଳାଙ୍କୁ ଦେଖା କରିବା ପାଇଁ ତାଙ୍କ ସମ୍ପର୍କୀୟ ଡାକ୍ତରଖାନାକୁ ଆସିଥିଲେ। ତେବେ ଡାକ୍ତରଖାନାର ଜରୁରୀକାଳୀନ ୱାର୍ଡରେ ପ୍ରବେଶ କରିବା ପରେ ଡାକ୍ତର ଜୟଦୀପ ସିଂ ଗୋହିଲ ରୋଗୀର ପରିବାର ସଦସ୍ୟଙ୍କୁ ଚପଲ କାଢ଼ିବାକୁ କହିଥିଲେ । ଯାହାକୁ ନେଇ ସେଠାରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ପରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ ୩ ଜଣ ଯୁବକ। ଯାହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/C6VHNNZceHos9eKxe2e7.jpg)