କାଦୁଅରେ ଫସିଗଲା ଚକ । ମିଳି ମିଶି କାଦୁଅରୁ ଟ୍ରାକ୍ଟର ବାହାର କଲେ ଡାକ୍ତର

Advertisment

ମାଥିଲିରେ କାୟା ମେଲାଉଛି ଡାଇରିଆ । ଉପାନ୍ତ ଗାଁରେ ଚିକିତ୍ସା ପାଇଁ ଯାଉଥିବା ଅଧାରେ ଫସିଲା ଡାକ୍ତରଙ୍କ ଟ୍ରାକ୍ଟର । ଟ୍ରାକ୍ଟରରେ ବସି ଚିକିତ୍ସା ଯୋଗାଇ ଦେବାକୁ ଯାଉଥିବା କାଦୁଅରେ ଫସି ଯାଇଥିଲା ଟ୍ରାକ୍ଟର ଚକା ।

Updated On

ମାଥିଲିରେ କାୟା ମେଲାଉଛି ଡାଇରିଆ । ଉପାନ୍ତ ଗାଁରେ ଚିକିତ୍ସା ପାଇଁ ଯାଉଥିବା ଅଧାରେ ଫସିଲା ଡାକ୍ତରଙ୍କ ଟ୍ରାକ୍ଟର । ଟ୍ରାକ୍ଟରରେ ବସି ଚିକିତ୍ସା ଯୋଗାଇ ଦେବାକୁ ଯାଉଥିବା କାଦୁଅରେ ଫସି ଯାଇଥିଲା ଟ୍ରାକ୍ଟର ଚକା ।

ଅଦ୍ୟତନ ହୋଇଛି
Tractor

କନକ ବ୍ୟୁରୋ : ମାଥିଲିରେ କାୟା ମେଲାଉଛି ଡାଇରିଆ । ଉପାନ୍ତ ଗାଁରେ ଚିକିତ୍ସା ପାଇଁ ଯାଉଥିବା ଅଧାରେ ଫସିଲା ଡାକ୍ତରଙ୍କ ଟ୍ରାକ୍ଟର । ଟ୍ରାକ୍ଟରରେ ବସି ଚିକିତ୍ସା ଯୋଗାଇ ଦେବାକୁ ଯାଉଥିବା କାଦୁଅରେ ଫସି ଯାଇଥିଲା ଟ୍ରାକ୍ଟର ଚକା । ଆଉ ଟ୍ରାକ୍ଟରକୁ କାଦୁଅରୁ ବାହାର କରିବା ପାଇଁ ଲାଗିପଡିଥିଲେ ଡାକ୍ତର । ଏହି ସମୟର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ତୁଳସୀ ଗାଁରେ ଚିକିତ୍ସା ଯୋଗାଇଦେବା ପାଇଁ ଏକା ଟ୍ରାକ୍ଟରରେ ବସି ଯାଉଥିଲା ଡାକ୍ତରୀ ଟିମ୍ ।

ଖରାପ ରାସ୍ତା ପାଇଁ ମେଡିକାଲ ଟିମ୍‌କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ଡାକ୍ତରୀ ଟିମ୍‌ ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଇଛି । ଗତ କିଛିଦିନ ହେବ ମାଲକାନଗିରି ମାଥିଲିରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳୁଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି । ଏବେବି ୨୦ ଆକ୍ରାନ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରାଯାଉଛି । ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe