କୋଲକାତାରେ ପୁଣି ଲଜ୍ୟା: ରୋଗୀଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ

Advertisment

କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଲୋକଙ୍କ ମନରୁ ଏହି ଘଟଣା ଲିଭିନଥିବାବେଳେ ଏବେ ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ ।

କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଲୋକଙ୍କ ମନରୁ ଏହି ଘଟଣା ଲିଭିନଥିବାବେଳେ ଏବେ ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ ।

dvdvdvf

କନକ ବ୍ୟୁରୋ: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଲୋକଙ୍କ ମନରୁ ଏହି ଘଟଣା ଲିଭିନଥିବାବେଳେ ଏବେ ପୁଣି ଏକ ଲଜ୍ୟାଜନକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ପଶ୍ଚିମବଙ୍ଗ। ଏଥର ଜଣେ ଡାକ୍ତର ତାଙ୍କ ପାଖକୁ ଚିକିତ୍ସା ହେବାକୁ ଆସିଥିବା ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ସନ ଦେଇ ଅଚେତ କରାଇବା ପରେ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏତିକି ନୁହେଁ, ଅସଂଯତ ଅବସ୍ଥାରେ ମହିଳାଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିବା ସହ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି ଅଭିଯୁକ୍ତ ଡାକ୍ତର।ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହସନାବାଦର ଘଟଣା। ଅଭିଯୋଗ ଅନୁଯାୟୀ କିଛିଦିନ ପୂର୍ବରୁ ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଚିକିତ୍ସା ପାଇଁ ମହିଳା ଜଣକ ସଂପୃକ୍ତ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏଠାରେ ଡାକ୍ତର ମହିଳାଙ୍କୁ ଟ୍ରାଙ୍କୁଲାଇଜିଂ ସିରମ୍‌ ଇଞ୍ଜେକ୍‌ସନ ଦେଇ ଅଚେତ କରାଇବା ପରେ ଦୁଷ୍କର୍ମ କରିଥିଲେ।ଅଂସଯତ ଅବସ୍ଥାରେ ଅଚେତ ମହିଳାଙ୍କର ଅନେକ ଫଟୋ ମଧ୍ୟ ଉଠାଇଥିଲେ ଡାକ୍ତର। ପରେ ସେହି ଫଟୋ ଗୁଡ଼ିକୁ ଦେଖାଇ ମହିଳାଙ୍କୁ ବ୍ଲାକମେଲ୍ କରିବା ସହ ଫଟୋଗୁଡ଼ିକୁ ସୋଶାଲ ମିଡିଆରେ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଭଳି ଭୟଭୀତ କରାଇ ସେ ମହିଳାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିବା ସହ ତାଙ୍କଠାରୁ ପ୍ରାୟ ୪ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe