କନକ ବ୍ୟୁରୋ : ମହିଳା କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ହେବ DNA ଟେଷ୍ଟ । ଯେହେତୁ ହତ୍ୟା ପରେ ଦୀପକ ମୃତଦେହକୁ ମାଟି ତଳେ ପୋତିଦେଇଥିଲା । ମୃତଦେହ ଗଳିତ ଓ ଚିହ୍ନିବା କଷ୍ଟକର ହୋଇଥିଲା । ଭୁବନେଶ୍ୱର SFSL ରେ ପହଞ୍ଚିଛି ଶୁଭମିତ୍ରାଙ୍କ DNA ସାମ୍ପଲ । ମୃତଦେହଟି ଶୁଭମିତ୍ରାଙ୍କର କି ନାହିଁ ସେଥିପାଇଁ DNA ଟେଷ୍ଟ ର ଆବଶ୍ୟକତା ରହିଛି । ଶୁଭମିତ୍ରଙ୍କ ପରିବାର ଲୋକଙ୍କ DNA ସାମ୍ପଲ କଲେକ୍ସନ କରିଛି ପୋଲିସ। DNA ରିପୋର୍ଟ କୋର୍ଟରେ ପ୍ରମାଣ ପାଇଁ ପୋଲିସକୁ ସହାୟକ ହୋଇଥାଏ । ପୂର୍ବରୁ ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି ମହିଳା କନଷ୍ଟେବଳ ଶୁଭମିତ୍ରାଙ୍କ ମର୍ଡର କେସ । ଯେଉଁଥିରେ କ୍ୟାପିଟାଲ ଥାନା ପୋଲିସକୁ ସହାୟତା କରିବ କ୍ରାଇମବ୍ରାଞ୍ଚର ବିଶେଷଜ୍ଞ ଟିମ ।
DNA ଟେଷ୍ଟରେ ସ୍ପଷ୍ଟ ହୋଇଥାଏ ମୃତଦେହ କାହାର । ଯେତେବେଳେ ମୃତଦେହ ଗଳିତ ହୋଇଥାଏ କିମ୍ବା ମୃତଦେହକୁ ଚିହ୍ନିବା କଷ୍ଟକର ହୋଇଥାଏ । ସେହି ପରିପ୍ରେକ୍ଷୀରେ DNA ର ଆବଶ୍ୟକତା ପଡିଥାଏ । ମୃତ ଶରୀର ମାଂସ,ଚୁଟି ଆଦିର ଅଂଶ ବିଶେଷ ସାମ୍ପଲ ଭାବରେ ସଂଗ୍ରହ କରଯାଇଥାଏ । ସେହିଭଳି ପରିବାର ଲୋକ ଯେମିତିକି ବାପା, ମାଙ୍କ ରକ୍ତ , ଶାଲାଇଭା ଆଦି ସାମ୍ପଲ ଭାବରେ ନିଆଯାଇଥାଏ । ଉଭୟ ସାମ୍ପଲ ପରସ୍ପର ସହିତ ମ୍ୟାଚ କଲେ ସ୍ପଷ୍ଟ ହେବ ଯେ ମୃତଦେହଟି ଶୁଭମିତ୍ରାଙ୍କର ।
ଏହି ହାଇପ୍ରୋଫାଇଲ ମର୍ଡର କେଶରେ ଆଗକୁ ଦୀପକ ପରିଡାଙ୍କ ଅଡୁଆ ବଢିବାକୁ ଯାଉଛି । ପୁଲିସ ଦୀପକଙ୍କୁ ରିମାଣ୍ଡରେ ଆଣି ପଚାଉଚରା କରିବାକୁ ପ୍ରସ୍ତୁତ ହେଉଛି । ରିମାଣ୍ଡ ସମୟରେ ହତ୍ୟାର କାରଣ ଓ ପ୍ରଥମ ସ୍ତ୍ରୀର ମୃତ୍ୟୁ ରହସ୍ୟ ବି ଖୋଲିପାରେ ।