Photograph: (kanak news)
କନକ ବ୍ୟୁରୋ: ବିଡିଓଙ୍କ ବିରୋଧରେ ଜନପ୍ରତିନିଧିଙ୍କ ଧାରଣା । ବୋଲଗଡ଼ ଜନ ପ୍ରତିନିଧିଙ୍କ ଆନ୍ଦୋଳନ ଏବେ ପଞ୍ଚମ ଦିନରେ ପହଞ୍ଚିଛି । ବ୍ଲକ ସମୁଖରେ ଧାରଣ ଦେଉଛନ୍ତି ବୋଲଗଡ଼ର ନିର୍ବାଚିତ ପ୍ରତିନିଧି ଓ ସାଧାରଣ ଜନସାଧାରଣ । ବୋଲଗଡ଼ ବିଡିଓଙ୍କର ମାନମୁଖୀ କାର୍ଯ୍ୟ ଜନପ୍ରତିନିଧିଙ୍କୁ ଅସମ୍ମାନ ବିରୋଧର ଗତ ୧୦ ତାରିଖରେ ହଜାର ହଜାର ଜନସାଧାରଣ ବିଖୋଭ ପ୍ରଦର୍ଶନ କରିଥିଲେ।
ବିଡିଓ ଙ୍କ ବଦଳି ଦାବି କରି ନିର୍ବାଚିତ ପ୍ରତିନିଧିମାନେ ଧାରଣାରେ ଉକ୍ତ ଦିନଠାରୁ ବସିଛନ୍ତି । ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବାର ଚେତାବନୀ ଦେଇଛନ୍ତି । ନିର୍ବାଚିତ ପ୍ରତିନିଧିଙ୍କର ଏହି ଧାରଣାକୁ ବେଗୁନିଆ ବିଧାୟକଙ୍କ ସମେତ ସବୁ ଦଳର ସମର୍ଥନ ଥିବା ଦେଖିବାକୁ ମିଳିଛି । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ଆନ୍ଦୋଳନ ରତ ବୋଲଗଡ଼ ବାସୀଙ୍କୁ ଭେଟିଛନ୍ତି ।
ଆହୁରି ପଢ଼ନ୍ତୁ :ଏଣିକି ମନ୍ଦିର ପରିସରକୁ ପ୍ଲାଷ୍ଟିକ୍; ପତ୍ର, କାଠ, କାଗଜ ସାମଗ୍ରୀ ବ୍ୟବହାର କରିବାକୁ ନିର୍ଦ୍ଦେଶ
Follow Us