କନକ ବ୍ୟୁରୋ : ଶବ ଖୋଜୁଛି ବାପାର ପରିଚୟ। ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଛାତ୍ରର ମୃତଦେହ ନେବାକୁ ଦୁଇଜଣଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବାଲେଶ୍ବର ଜିଲ୍ଲାର ସୋର ଅଂଚଳରୁ ଏଭଳି ଏକ ଚିତ୍ର ସାମନାକୁ ଆସିଛି। ମୃତଦେହ ନିଜ ପୁଅର ବୋଲି ଦାବି କରିଛନ୍ତି ଉଭୟ ବ୍ୟକ୍ତି ଏବଂ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଭଦ୍ରକ ଧାମରାର ସଂଜୀବ କୁମାର ବିଶ୍ବାଳ ନିଜ ପୁଅ ସହ ସୋରରେ ଘରଭଡ଼ା ନେଇ ରହୁଥିବା ବେଳେ ତାଙ୍କ ପୁଅ ସୌମ୍ୟରଂଜନ ବିଶ୍ବାଳ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଏବଂ ସେଠାରେ ବୁଡ଼ି ଯାଇଥିଲେ। ସୋର ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଆଣିଥିଲେ ବି ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ସନ୍ଧ୍ୟାରେ ହଠାତ ଭଦ୍ରକ ବଂଇଚା ଅଂଚଳର ଅନ୍ୟ ଜଣେ ବ୍ୟକ୍ତି ଆସି ମୃତ ଛାତ୍ରଙ୍କୁ ନିଜ ପୁଅ ବୋଲି ଦାବି କରିଥିଲେ। । ଏହାକୁ ନେଇ ଶବ ବ୍ୟବଚ୍ଛେଦ ବେଳେ ବିବାଦ ଦେଖାଦେଇଥିଲା। ସେପଟେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଉଭୟ ଦାବିଦାର ପୁଅର ଶବକୁ ନେବାକୁ ଏବେ ବି ଥାନାରେ ଥିବା ଜଣାପଡ଼ିଛି।
ସୋରରେ ମୃତ ଛାତ୍ରର ଶବକୁ ନେଇ ଚାଲିଥିବା ବିବାଦର ହେଲା ସମାଧାନ । ପୋଲିସର ପଚରା ଉଚରା ପରେ ସାମ୍ନାକୁ ଆସିଲା ସତ
Advertisment
Follow Us