କନକ ବ୍ୟୁରୋ :  ରେଭେନ୍ସା ଗଣ୍ଡଗୋଳ ଘଟଣାରେ ବିଧାୟକ ଓ ଅନ୍ୟ ୨ନେତାଙ୍କ ନାଁ ଏଫଆଇଆରକୁ ଜୋରଦାର ବିରୋଧ କରିଛି ବିଜେଡି। ନିଜେ ବିଧାୟକ ବ୍ୟୋମକେଶ ରାୟ ଏହି ପ୍ରସଙ୍ଗ ଗୃହରେ ଉଠାଇଥିଲେ। ଛାତ୍ରଛାତ୍ରୀଙ୍କ ଡାକରାରେ ସେଠାକୁ ଯାଇ, ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଅଥଚ ତାଙ୍କ ନାଁରେ ଆର୍ମ୍ସ ଆକ୍ଟରେ ମାମଲା କରାଯାଇଛି। ତେଣୁ ଥାନା ଅଧିକାରୀଙ୍କ ସହ ଡିସିପିଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବା ପାଇଁ ଦାବି କରିଛନ୍ତି ବ୍ୟୋମକେଶ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଛନ୍ତି ବିଜେଡି ସଦସ୍ୟ।

Advertisment

ପ୍ରତିଶୋଧ ପରାୟଣ ହୋଇ ସାଂଘାତିକ ମାମଲା ଲଗାଯାଇଥିବା ବିଜେଡି ଅଭିଯୋଗ କରିଛି। ସେପଟେ ପାଲଟା ପ୍ରଶ୍ନ କରି ବିଜେପି ବିଧାୟକ ଇରାଶିଷ ଆଚାର୍ୟ୍ୟ କହିଛନ୍ତି, ଘଟଣା ଯେତେବେଳେ ଘଟିଛି ମାମଲା ହେବାର ଆବଶ୍ୟକତା ରହିଛି। ନିଜ ନିର୍ବାଚନମଣ୍ଡଳୀ ହୋଇନଥିବା ସତ୍ୱେ ବିଧାୟକ କାହିଁକି ରେଭେନ୍ସା ଯାଇଥିଲେ? ପୂର୍ବ ସରକାରରେ ବିନା ମାମଲାରେ ଗିରଫ କରାଯାଉଥିଲା। ଟିଇ ରେଭେନ୍ସା ଜଣେ ହତ୍ୟାକାରୀ, ତାଙ୍କ ସପୠକ୍ଷରେ ବାହାରିବା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ।

ରେଭେନ୍ସାର ନାଁ ପରିବର୍ତ୍ତନ ପାଇଁ ବିତର୍କର ଆହ୍ୱାନ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 
ଏହା ବିରୋଧରେ ମଶାଲ ଶୋଭାଯାତ୍ରାବେଳେ ରେଭେନ୍ସାରେ ଗଣ୍ଡଗୋଳ ହୋଇଥିଲା। ଏଫଆଇଆର କପି... ଯେଉଁ ଘଟଣାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ଓରଫ ବାପି ରାୟଙ୍କ ସମେତ ବିଜେଡି ନେତା ଲେନିନ ମହାନ୍ତି ଓ ବବି ଖାନଙ୍କ ନାଁରେ ମାମଲା ହୋଇଛି। ୩ ନେତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାରେ ଆର୍ମ୍ସ ଆକ୍ଟ ମଧ୍ୟ ଲଗାଇଛି କଟକ ମାଲଗୋଦାମ ଥାନା ପୋଲିସ।