ଉପାନ୍ତ ନୁହେଁ ସିଲଭର ସିଟି ରାସ୍ତାର ଦୁରବସ୍ଥା । ଖାଲ ଭର୍ତ୍ତି କଟକ କାଠଯୋଡ଼ି ରାସ୍ତା । ବାରମ୍ବାର ଘଟୁଛି ଦୁର୍ଘଟଣା..

Advertisment

ଉପାନ୍ତ ନୁହେଁ ସିଲଭର ସିଟି ରାସ୍ତାର ଦୁରବସ୍ଥା । ଖାଲ ଭର୍ତ୍ତି କଟକ କାଠଯୋଡ଼ି ରାସ୍ତା । ବାରମ୍ବାର ଘଟୁଛି ଦୁର୍ଘଟଣା । ବାଲି ବସ୍ତାରେ ନାଲି ପତାକା ମାରି ଯାତ୍ରୀଙ୍କୁ ସଚେତନ କଲେ ସ୍ଥାନୀୟ ବାସିନ୍ଦା..

ଉପାନ୍ତ ନୁହେଁ ସିଲଭର ସିଟି ରାସ୍ତାର ଦୁରବସ୍ଥା । ଖାଲ ଭର୍ତ୍ତି କଟକ କାଠଯୋଡ଼ି ରାସ୍ତା । ବାରମ୍ବାର ଘଟୁଛି ଦୁର୍ଘଟଣା । ବାଲି ବସ୍ତାରେ ନାଲି ପତାକା ମାରି ଯାତ୍ରୀଙ୍କୁ ସଚେତନ କଲେ ସ୍ଥାନୀୟ ବାସିନ୍ଦା..

ROAD 22

କନକ ବ୍ୟୁରୋ: ଉପାନ୍ତ କି ଅପହଞ୍ଚ ନୁହେଁ । କି କେଉଁ ପାହାଡ଼ିଆ ଅଂଚଳ ନୁହେଁ। ସିଲଭର ସିଟି ରାସ୍ତାର ହାଲ ବେହାଲ। କାଠଯୋଡ଼ି ନଦୀବନ୍ଧ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ ପାଲଟି ଯାଇଛି। କାଠଯୋଡ଼ି ରାସ୍ତାରେ ଗାଡ଼ି ଚଲାଇବା ବେଳେ ଟିକିଏ ନଜର ଏପଟ ସେପଟ ହେଲେ ଖାଲରେ ପଡ଼ି ଦୁର୍ଘଟଣା ଘଟିଯାଉଛି ।      

 ମରଣଯନ୍ତା ପାଲଟିଛି ନଦୀବନ୍ଧ ରାସ୍ତା। ରାସ୍ତା ମଝିରେ ରହିଛି ଖାଲଖମା ସାଙ୍ଗକୁ ପଡ଼ିରହିଛି ବାଲି, ଗୋଡ଼ି ଓ ଚିପ୍ସ୍। ଫଳରେ ବଢ଼ିଚାଲିଛି ଦୁର୍ଘଟଣା । କିଏ ଏହି ରାସ୍ତାରେ ପଡ଼ି କୋମାକୁ ଯାଉଛି ତ ଆଉ କିଏ ଗୋଡ଼, ହାତ ଭାଙ୍ଗି ଗୁରୁତର ହେଉଛି । କୌଣସି ଉପାନ୍ତ ଅଞ୍ଚଳ ନୁହେଁ କଟକରେ ଏମିତି ରାସ୍ତା ଥିବା ବେଳେ ଏଥିପ୍ରତି କାହାରି ନିଘା ନଥିବା ଅଭିଯୋଗ ହୋଇଛି ।
 ବେଲଭ୍ୟୁ ଛକରୁ ନରାଜ୍, ଲ' କଲେଜ୍‌କୁ ସଂଯୋଗ କରୁଥିବା ନଦୀବନ୍ଧ ରାସ୍ତାର ଅବସ୍ଥା ବିଗିଡ଼ିବାରେ ଲାଗିଛି । ଠାଏ ଠାଏ ପିଚୁ ଉଠିଯାଇଛି । ରାତିରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଜଳୁନାହିଁ । ତଥାପି ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ନିଜ ସୁରକ୍ଷା ପାଇଁ ନିଜେ ରାସ୍ତାରେ ନାଲି ପତାକା ପୋତିଛନ୍ତି । ଅନ୍ୟମାନଙ୍କୁ ସଚେତନ କରାଉଛନ୍ତି । ନଦୀବନ୍ଧ ରାସ୍ତାର ସୌନ୍ଦର୍ୟ୍ୟକରଣ ପାଇଁ ଡିଭାଇଡ଼ର୍‌ରେ ଲାଗିଥିବା ଗଛ ଗୁଡ଼ିକର ମଧ୍ୟ ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe