କନକ ବ୍ୟୁରୋ : ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମୁନି । ପୁରୀ ଜଗନ୍ନାଥଙ୍କ ମନ୍ଦିରରୁ ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ଯାଇଥିବା ନେଇ ଅଭିଯୋଗ ହେବା ପରେ ଏହାକୁ ନେଇ ଚୋରଦାର ଚର୍ଚ୍ଚା ହେଉଛି । କିଭଳି ଓ କେଉଁ ପରିସ୍ଥିତିରେ ପୁରୀ ମନ୍ଦିରରୁ ଦାରୁ ଦୀଘା ମନ୍ଦିରକୁ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ଭିତରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଏକ ଚିଠି ଲେଖିଥିଲେ । ଏହାର ଉତରରେ ଗଜପତି କହିଛନ୍ତି କି, ଏନେଇ ଦୋଷ ପ୍ରମାଣିତ ହେବା ପରେ ଉଚିତ ସମୟରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ଗଜପତି କହିଲେ, ଉଚିତ ସମୟରେ ନିଆଯିବ ଉଚିତ ପଦକ୍ଷେପ
କିଭଳି ଓ କେଉଁ ପରିସ୍ଥିତିରେ ପୁରୀ ମନ୍ଦିରରୁ ଦାରୁ ଦୀଘା ମନ୍ଦିରକୁ ଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାରି ଭିତରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଏକ ଚିଠି ଲେଖିଥିଲେ ।
/kanak/media/media_files/2025/05/03/iMDd5MqwAWNGIBqhHm2g.jpg)