କନକ ବ୍ୟୁରୋ: ଆଜି ରଥ ଉପରେ ହେବ ନାହିଁ ପହୁଡ ନୀତି । ରାତି ସାରା ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସିଂହଦ୍ବାର ଆଗରେ ଲାଗିଛି ତିନି ରଥ ।  ତାଳଧ୍ବଜ, ଦର୍ପଦଳନ  ପରେ  ଲାଗିଲା ନନ୍ଦିଘୋଷ । ନନ୍ଦିଘୋଷ  ରଥକୁ ଟାଣି ଆଣିଲେ ଶ୍ରଦ୍ଧାଳୁ ।  ଗୁଣ୍ଡିଚା ମନ୍ଦିରରେ ନିଜ ଲୀଳା ସାରି ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଜନ୍ମବେଦିରେ ମାନବୀୟ ଲୀଳା ସାରି ସିଂହଦ୍ବାରକୁ ବାହୁଡ଼ି ଆସିଛନ୍ତି ମହାବାହୁ । 

Advertisment

ଭାଇଭଉଣୀଙ୍କ ସହ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଛାଡ଼ି ଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ କାଳିଆ ଠାକୁର । ଯାହାକୁ ନେଇ ଅଭିମାନ କରିଥିଲେ ମାଆ ଲକ୍ଷ୍ମୀ ।ଏହାକୁ ନେଇ ରହିଛି ବାହୁଡ଼ା ଦିନର ଏକ ଅନନ୍ୟ ପରମ୍ପରା ଲକ୍ଷ୍ମୀ-ନାରାୟଣ ଭେଟ । ସେହିପରି ଅର୍ଦ୍ଧାଶିନୀ ମନ୍ଦିର ବା ମାଉସୀ ମା’ ମନ୍ଦିରରେ ପୋଡ଼ ପିଠା ଖାଇ ସିଂହଦ୍ବାରକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏହାସହ ନୀଳାଦ୍ରିବିଜେରେ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନ ଭଞ୍ଜନ କରିବେ ଜଗନ୍ନାଥ ।