କନକ ବ୍ୟୁରୋ: ବରପୁତ୍ରଙ୍କ ଜନ୍ମପୀଠର ଉନ୍ନତୀତକଣ ହେବ। ସେଥିପାଇଁ ପୂର୍ବତର ରାଜ୍ୟ ସରକାର ଯୋଜନା କଲେ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେଇ ଉନ୍ନତୀକରଣ ପାଇଁ ୨୧ କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ । ଟେଣ୍ଡର ମଧ୍ୟ ସରିଥିଲା। କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ୱ ପାଇଁ ଅଟକି ଯାଇଛି କାମ। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ସେପଟେ ଜବାବ ରଖି ବିଜେପି ନେତା ଅରିନ୍ଦମ ରାୟ କହିଛନ୍ତି ବିଧାୟକ ଅପଡେଟ ନାହାଁନ୍ତି । ଆଲୋଚନା ସରିଛି, ଖୁବଶିଘ୍ର କାମ ଆରମ୍ଭ ହେବ।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଏନ୍ତୁଡ଼ିଶାଳ କଟକ ସାଲେପୁରର ସତ୍ୟଭାମା ପୁର ଗାଁ। ପୂର୍ବ ସରକାର ଅମଳରେ ବରପୁତ୍ରଙ୍କ ଜନ୍ମମାଟିକୁ ରାଜ୍ୟ ପର୍ଯ୍ୟଟନ ମାନ୍ୟତା ମିଳିଥିଲା। ହେଲେ ପରିତାପର ବିଷୟ ଏହି ପୀଠର ଉନ୍ନତୀକରଣ କାମ ଅଧାରେ ଅଟକି ରହିଛି। ସମନ୍ଵୟ ଅଭାବରୁ ଜମି ଅଧିଗ୍ରହଣ ହୋଇ ପାରୁନଥିବା ଅଭିଯୋଗ ଆଣିଛନ୍ତି ମଧୁସୁଦନ ସାଂସ୍କୃତିକ ପରିଷଦ ଓ ଗ୍ରାମବାସୀ ।
ମଧୁ ବାବୁଙ୍କ ଜନ୍ମପୀଠର ଉନ୍ନତୀକରଣ ପାଇଁ ପୂର୍ବ ସରକାର ୧୧ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ବେଳେ ଟେଣ୍ଡର ସରିଛି। ଓଡ଼ିଆ ଅସ୍ମିତା କଥା କହି ସରକାରଙ୍କୁ ଆସିଥିବା ବିଜେପି ସରକାର କାହିଁକି ଆନ୍ତରିକତା ଦେଖାଉ ନାହାଁନ୍ତି? ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବିଜେଡି ବିଧାୟକଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ନେତା ଅରିନ୍ଦମ ରାୟ।
ସ୍ଥାନୀୟ ଲୋକଙ୍କ ଅସନ୍ତୋଷ, ରାଜନେତାଙ୍କ ବୟାନବାଜି ଭିତରେ କେବେ ଉତ୍କଳ ଗୌରବ ମଧୁ ସୁଦନ ଦାସଙ୍କ ଜନ୍ମପୀଠର ଉନ୍ନତୀକରଣ କାମରେ ବର୍ତ୍ତମାନର ସରକାର କି ପଦକ୍ଷେପ ନେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡ଼ିବ।