କନକ ବ୍ୟୁରୋ:  ବଢ଼ୁଛି ଯୁଦ୍ଧର ଧ୍ବଂସଲୀଳା । ୟୁକ୍ରେନ୍-ରୁଷ୍ ଭିତରେ ଯୁଦ୍ଧ ଚାଲିଥିବା ବେଳେ ୟେମେନ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ୟେମେନର ରାଜଧାନୀ ସାନାରେ ଇସ୍ରାଏଲ୍ ବିମାନ ବୋମାବର୍ଷଣ କରିଛି । ହୁତି ସଂଗଠନକୁ ଟାର୍ଗେଟ୍ କରିଛି ଇସ୍ରାଏଲ୍ ସେନା । ହୁତି ଗୋଷ୍ଠୀ ବାରମ୍ବାର ଇସ୍ରାଏଲକୁ ଟାର୍ଗେଟ୍ କରିବା ପରେ ଇସ୍ରାଏଲ ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଛି । ଆମେରିକା ରୁଷ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଯେତେ ଚେଷ୍ଟା କରନ୍ତୁ ନା କାହିଁକି । ଯୁଦ୍ଧ ଥମିବାର ନାଁ ନେଉନି । ୟୁକ୍ରେନର ସ୍ୱତନ୍ତ୍ରତା ଦିବସରେ ବଢ଼ିଲା ଯୁଦ୍ଧର ଘନଘଟା । ସ୍ୱତନ୍ତ୍ରତା ଦିବସ ଅବସରରେ ରୁଷ ଉପର ମିଶାଇଲ ମାଡ କରିଛି ୟୁକ୍ରେନ । ସୋଭିଏତ ସଂଘର ସ୍ୱତନ୍ତ୍ରତା ଘୋଷଣାର ବର୍ଷପୂର୍ତ୍ତି ଅବସରରେ ୟୁକ୍ରେନ ଆକ୍ରମଣ କରିଛି ।

Advertisment

ଆକ୍ରମଣରେ ରୁଷର ସବୁଠୁ ବଡ଼ ପରମାଣୁ କେନ୍ଦ୍ର କୁର୍ସକ ନ୍ୟୁକ୍ଲିୟର ପ୍ଲାଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କୁହାଯାଉଛି ଆକ୍ରମଣ ପରେ କୁର୍ସକ ନ୍ୟୁକ୍ଲିୟର ପ୍ଲାଣ୍ଟର କ୍ଷମତା ୫୦ ପ୍ରତିଶତକୁ ଖସିଆସିଛି। ସେପଟେ ଉସ୍ତଲୁଗା ଫ୍ୟୁଲ ଟର୍ମିନାଲରେ ଡ୍ରୋନ ମାଡ଼ରେ ଭୟାବହ ଅଗ୍ନିକାଣ୍ଡର ଖବର ମିଳିଛି । ସେପଟେ ୧୨ରୁ ଅଧିକ ଅଞ୍ଚଳରେ ୟୁକ୍ରେନର ୯୫ରୁ ଅଧିକ ମିଶାଇଲକୁ ଆକାଶରେ ନଷ୍ଟ କରିଥିବା ଦାବି କରିଛି ରୁଷ । ତେବେ ୟୁକ୍ରେନର ମିଶାଇଲ ଆକ୍ରମଣ ଯୋଗୁଁ ରୁଷର ଏକାଧିକ ବିମାନ ବନ୍ଦରରେ ବିମାନ ଚଳାଚଳ ଉପରେ ରୋକ ଲଗାଯାଇଛି । ପୁଲକୋବେ ବିମାନ ବନ୍ଦର ସମେତ ଲେନିନଗ୍ରାଦ ଅଞ୍ଚଳର ଏକାଧିକ ବିମାନ ବନ୍ଦରରେ ରାତିରେ ବିମାନ ଚଳାଚଳ ଉପରେ ରୋକ ଲଗାଇଛି ପୁଟିନ ପ୍ରଶାସନ । ସେପଟେ ସିଜରାନ ପ୍ରାନ୍ତରେ ୟୁକ୍ରେନ ଲଗାତାର ଡ୍ରୋମ ହମଲା କରିଥିବା ସୂଚନା ମିଳିଛି । ଏଥିରେ ରୁଷର ଜଣେ ନାବାଳକ ଆହତ ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।   

ୟେମେନ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ 
ୟେମେନର ରାଜଧାନୀ ସାନାରେ ଇସ୍ରାଏଲ୍ ବିମାନ ବୋମାବର୍ଷଣ 
ହୁତି ସଂଗଠନକୁ ଟାର୍ଗେଟ୍ କରିଛି ଇସ୍ରାଏଲ୍ ସେନା
ସେପଟେ ବଢ଼ିଚାଲିଛି ୟୁକ୍ରେନ-ରୁଷ୍ ଯୁଦ୍ଧ
ୟୁକ୍ରେନ ସ୍ୱତନ୍ତ୍ରତା ଦିବସରେ ରୁଷ ଉପରେ ଆକ୍ରମଣ  
ରୁଷ ଉପରେ ମିଶାଇଲ ଓ ଡ୍ରୋନ ଆକ୍ରମଣ  
କୁର୍ସକ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମିଶାଇଲ ମାଡ଼ 
ଆକ୍ରମଣ ପରେ କୁର୍ସକ ପରମାଣୁ କେନ୍ଦ୍ରର କ୍ଷମତା ୫୦% ହ୍ରାସ  
ୟୁକ୍ରେନ ସୀମାଠୁ ୬୦ କିମି ଦୂରତାରେ କୁର୍ସକ ପରମାଣୁ କେନ୍ଦ୍ର 
ଆକାଶରେ ୟୁକ୍ରେନର ମିଶାଇଲ ନଷ୍ଟ କରିଥିବା ରୁଷିଆର ଦାବି  
ମିଶାଇଲ ବିସ୍ଫୋରଣରେ ସହାୟକ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି
ରିଆକ୍ଟର ନମ୍ୱର-୩ର ପରିଚାଳନା କ୍ଷମତା ୫୦% ହ୍ରାସ ସୂଚନା 
ତେବେ ନିକ୍ଲିୟର ପ୍ଲାଣ୍ଟରୁ ବିକିରଣ ସାମାନ୍ୟ ସ୍ତର ରହିଛି 
ରୁଷର ଉସ୍ତଲୁଗା ବନ୍ଦର ଉପରେ ଡ୍ରୋନ ଆକ୍ରମଣ ସୂଚନା 
ସେପଟେ ୟୁକ୍ରେନର ୧୦ ଡ୍ରୋନକୁ ଧ୍ୱଂସ କରିଥିବା ରୁଷର ଦାବି 
ଡ୍ରୋନ ବିସ୍ଫୋରଣ ଯୋଗୁଁ ଫ୍ୟୁଲ ଟର୍ମିନାଲରେ ଭୟାବହ ଅଗ୍ନିକାଣ୍ଡ ସୂଚନା 
ବନ୍ଦରରେ ନିଆଁକୁ ଆୟତ୍ତ କରିବା ପାଇଁ ଫାୟାର ବ୍ରିଗେଡ ମୁତୟନ 
ୟୁକ୍ରେନ ମାଡ଼ କରିଥିବା ୯୫ ମିଶାଇଲକୁ ନଷ୍ଟ କରିଥିବା କହିଛି ରୁଷ