କନକ ବ୍ୟୁରୋ : ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଜରୁରୀ ସୂଚନା। କହିଛନ୍ତି, ବ୍ୟାଙ୍କକୁ ଗଲେ ହିଁ ହିତାଧିକାରୀ ପାଇବେ ଟଙ୍କା। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯେଉଁଠି ଅଛି ସେହି ବ୍ରାଞ୍ଚକୁ ଯାଇ ଏନପିସିଆଇ ରି-ଆକ୍ଟିଭେଟ କରନ୍ତୁ। ଯେଉଁ ମାନଙ୍କ ପାଖକୁ ଫୋନ ବା ମେସେଜ ଆସିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏନପିସିଆଇ ଫେଲ ଯୋଗୁଁ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ, ସେମାନଙ୍କ ପାଇଁ ସ୍ପେଶାଲ ଡ୍ରାଇଭ ହୋଇଛି। ୨୯ ଓ ୩୦ ତାରିଖରେ ବ୍ୟାଙ୍କରେ ଏହି ସ୍ପେଶାଲ ଡେସ୍କ ଓ ଟିମ୍ ବସିବେ। ବ୍ୟାଙ୍କ ମିତ୍ର ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରିବେ। ଏପର୍ୟ୍ୟନ୍ତ ମୋଟ ୧କୋଟି ୭ଲକ୍ଷ ୨୩ ହଜାର ୨୯୪ ଜଣ ପଞ୍ଜିକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ମୋଟ ୮୦ ଲକ୍ଷ ୨୯ ହଜାର ୭୪୧ ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଘଚଉଓ ବିଫଳତା କାରଣରୁ ପର୍ୟ୍ୟନ୍ତ ୩ଲକ୍ଷ ୩୧ ହଜାର ୧୮୮ ଜଣ ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା। ସେହିପରି ୧ ଲକ୍ଷ ୫୫ ହଜାର ୧୫୮ ଜଣଙ୍କର ଇ-କେୱାଇସି ପେଣ୍ଡିଂ ଅଛି। ଏହାସହ ମୋଟ ୧ ଲକ୍ଷ ୭୫ ହଜାର ୧୧୯ ଜଣଙ୍କର ଫିଲ୍ଡ ଭେରିଫିକେସନ ପେଣ୍ଡିଂ ଅଛି। ଅନ୍ୟପକ୍ଷରେ ପୁରୁଷ ଆବେଦନକାରୀଙ୍କ ରେଜିଷ୍ଟ୍ରେସନ ସଂଖ୍ୟା ଆଉ ବଢି ନାହିଁ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା।
ବାଦ୍ ପଡିଥିବା ହିତାଧିକାରୀଙ୍କ ଆଶା ବଢାଇଲେ ଉପମୁଖ୍ୟମନ୍ତ୍ରୀ । ୩ ଲକ୍ଷ ୩୧ ହଜାର ଆବେଦନକାରୀଙ୍କୁ ବ୍ୟାଙ୍କ ଯିବାକୁ ପରାମର୍ଶ
ଯେଉଁ ମାନଙ୍କ ପାଖକୁ ଫୋନ ବା ମେସେଜ ଆସିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏନପିସିଆଇ ଫେଲ ଯୋଗୁଁ ଯେଉଁମାନଙ୍କୁ ଟଙ୍କା ମିଳିନାହିଁ, ସେମାନଙ୍କ ପାଇଁ ସ୍ପେଶାଲ ଡ୍ରାଇଭ ହୋଇଛି। ୨୯ ଓ ୩୦ ତାରିଖରେ ବ୍ୟାଙ୍କରେ ଏହି ସ୍ପେଶାଲ ଡେସ୍କ ଓ ଟିମ୍ ବସିବେ। ବ୍ୟାଙ୍କ ମିତ୍ର ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରିବେ।
/kanak/media/media_files/2025/01/29/WU181gJnFDqZV54sJJiI.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)