କନକ ବ୍ୟୁରୋ : ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମଗାଯାଇଥିବା ତଥ୍ୟରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଥିବେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଯେଉଁମାନେ ଅଯୋଗ୍ୟ ଥିବେ ସେମାନଙ୍କ ନାମ କଟାଯିବ ।
ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ , ରାସନ କାର୍ଡ ଅଛିକି ନାହିଁ, kyc upadate ହୋଇଛି କି ନାହିଁ ଏବଂ ଅନ୍ୟାନ୍ୟ ଯାହା ଯାହା ଦରକାର ତାହା ତର୍ଜମା କରିବା ପାଇଁ ଆଜି ସାଢ଼େ ୧୨ଟା ରେ ବସିଛି ସମୀକ୍ଷା ବୈଠକ । ଏଥିପାଇଁ ସବୁ ବିଭାଗର ଅଧିକାରୀ ମାନଙ୍କୁ ଡକାଯାଇଛି । ଯେଉଁମାନେ ପୂର୍ବରୁ ସୁଭଦ୍ରା ଟଙ୍କା ପାଇଥିଲେ ଏବେ ଦୁଇଟି ଯାକ କିସ୍ଥି କଟିଯାଇଛି ଏକାବେଳେ ସେମାନଙ୍କୁ ଦୁଇଟିଜକ କିସ୍ଥୀ ଦିଆଯିବ । ତେଣୁ ଏଭଳି ଅନେକ ଅଭିଯୋଗ କିଛିଦିନ ହେଲା ରାଜ୍ୟ ସରକାରଙ୍କ ହସ୍ତଗତ ହେବା ପରେ ବିଭାଗ ଏପରି ନିଷ୍ପତି ନେଇଛି । ଏଥିରେ ବିଚଳିତ ହେବାର କିଛି ନାହିଁ । ଯେଉଁମାନେ ବଞ୍ଚିତ ହୋଇଛନ୍ତି ସେମାନେ ଯୋଗ୍ୟ ହୋଇଥିଲେ ନିଶ୍ଚୟ ପାଇବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/09/10/64-2025-09-10-13-05-48.jpg)