କନକବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟା ପ୍ରଭାବରେ ସ୍ପେନ୍‌ର ଅନେକ ସହରାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କେବଳ ଏହା ନୁହେଁ ଏହି ବନ୍ୟାରେ ୨୧୪ଜଣଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ପେଟ୍ରୋ ସାଜ୍ କହିଛନ୍ତି, ଚଳିତ ଇତିହାସର ସବୁଠାରୁ ବଡ଼ ଆକସ୍ମିକ ବନ୍ୟାକୁ ସ୍ପେନ୍ ସାମ୍ନା କରିଛି  । ୪ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଶନିବାର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଭାଇନେସିଆର ପୂର୍ବାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

Advertisment

ଉଦ୍ଧାର ଓ ସଫେଇ କାର୍ଯ୍ୟରେ ୨୫ଶହ ସେନା ମୁତୟନ ଅଛନ୍ତି। ୫ହଜାର ଅତିରିକ୍ତ ସେନା ଯବାନଙ୍କୁ ମୁତୟନ କରାଯିବ ବୋଲି କୁହାଯାଇଛି । ଭାଲନେସିଆରେ ୨୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କାଷ୍ଟିଲିଆଲା ମାନ୍‌ ଓ ଅଣ୍ଡାଲୁସିଆରେ ୩ଜଣଙ୍କ ମୃତ୍ୟୁ ଘଟିଛି ।

ବନ୍ୟା ପରିସ୍ଥିତି ମୁକାବିଲାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି   । ଏହି ଆକସ୍ମିକ ବନ୍ୟା କେବଳ ଦେଶର ନୁହେଁ ଗତ ୪ ବର୍ଷ ମଧ୍ୟରେ ସମଗ୍ର ୟୁରୋପର ଅନ୍ୟତମ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଅଟେ । ୧୯୬୭ରେ ପର୍ତ୍ତୁଗାଲ୍‌ରେ ହୋଇଥିବା ବନ୍ୟାରେ ୫ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା  ।