କନକ ବ୍ୟୁରୋ : ୧୫୦ ଟପିଲା ନେପାଳରେ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା । ଶତାଧିକ ଲୋକ ନିଖୋଜ। ଜାରି ରହିଛି ଉଦ୍ଧାର କାର୍ୟ୍ୟ। ରିଲିଫ୍ ଶିବିରରେ ୧୦ ହଜାରରୁ ଅଧିକ ଲୋକ। ନେପାଳରେ ପ୍ରବଳ ବର୍ଷା ଯୋଗୁଁ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା ୧୫୦ ଅତିକ୍ରମ କରିଛି । ଏହା ବ୍ୟତୀତ ୧୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଅନେକ ଅଞ୍ଚଳରେ ଲୋକେ ଫଶି ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ବନ୍ୟା ଓ ଭୂସ୍ଖଳନର ୨୦୦ଟି ଘଟଣା ସାମ୍ନାକୁ ଆସିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିପର୍ୟ୍ୟୟର ଗମ୍ଭୀରତା ବୃଦ୍ଧି ପାଉଛି। ଶନିବାର ନେପାଳରେ ୫୪ ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗି ବର୍ଷା ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜାତୀୟ ବିପର୍ୟ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ୪,୧୨,୦୦୦ ପରିବାର ଏହି ବନ୍ୟାରେ ସାଂଘାତିକ ପ୍ରଭାବିତ ହୋଇଛନ୍ତି । ଲୋକଙ୍କୁ ଉଦ୍ଧାର କରିବା ପାଇଁ ୩୦ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ରାଜଧାନୀ କାଠମାଣ୍ଡୁ ଆଖପାଖରେ ଥିବା ନଦୀଗୁଡ଼ିକରେ ପ୍ରବଳ ବନ୍ୟା ଯୋଗୁଁ ୩ ଶହରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରବଳ ବର୍ଷା ପରେ କାଠମାଣ୍ଡୁର ମୁଖ୍ୟ ନଦୀ ବାଗମତୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ୧୦ ହଜାରରୁ ଅଧିକ ଲୋକ ରିଲିଫ୍ ଶିବିରରେ ଅଛନ୍ତି।
୧୫୦ ଟପିଲା ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁ ସଂଖ୍ୟା । ଶତାଧିକ ଲୋକ ନିଖୋଜ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଏହା ବ୍ୟତୀତ ୧୦୦ରୁ ଅଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ଅନେକ ଅଞ୍ଚଳରେ ଲୋକେ ଫଶି ରହିଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ବନ୍ୟା ଓ ଭୂସ୍ଖଳନର ୨୦୦ଟି ଘଟଣା ସାମ୍ନାକୁ ଆସିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିପର୍ୟ୍ୟୟର ଗମ୍ଭୀରତା ବୃଦ୍ଧି ପାଉଛି। ଶନିବାର ନେପାଳରେ ୫୪ ବର୍ଷ ମଧ୍ୟରେ ରେକର୍ଡ ଭାଙ୍ଗି ବର୍ଷା ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ୩୨୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି