କନକବ୍ୟୁରୋ: ବୌଦ୍ଧ ଚାରିଆପାଲି ଗାଁରେ ଅଘଟଣ ।  ସାପ କାମୁଡ଼ାରେ ୩ ଭଉଣୀଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି   ସୁଚନା ଅନୁସାରେ ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ବାପା ଝିଅ ସମେତ ୪ ଜଣ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ  ସଙ୍ଗେ ସଙ୍ଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ।

Advertisment

ଡାକ୍ତର ୩ ଝିଅଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ବାପାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବଡ ଝିଅ ସୁଧିରେଖା ମଲ୍ଲିକର ଵୟସ ୧୩ ବର୍ଷ, ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୨ ବର୍ଷ ଓ ସାନ ଝିଅ ସୁରଭୀର ବୟସ ୩ ବର୍ଷ ବୋଲି ଜଣାପଡ଼ିଛି । ଅଚାନକ ଏଭଳି ଦୁଃଖଦ ଘଟଣା ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି