ଘର ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର୍ !

Advertisment

ପୁରୁଷ ବନ୍ଧୁଙ୍କ ସହ ଆପାର୍ଟମେଣ୍ଟେ ରହୁଥିଲେ ଯୁବତୀ ଜଣକ । ଯୁବତୀଙ୍କ ମୃତଦେହ ଦେଖି ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ପୁରୁଷ ବନ୍ଧୁଙ୍କ ସହ ଆପାର୍ଟମେଣ୍ଟେ ରହୁଥିଲେ ଯୁବତୀ ଜଣକ । ଯୁବତୀଙ୍କ ମୃତଦେହ ଦେଖି ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

Lady Death

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର । ମୃତଦେହକୁ ଘର ଭିତରେ ଛାଡି ପୁରୁଷ ବନ୍ଧୁ ଫେରାର । ବିଏନଏସର ଦଫା ୧୦୩ରେ ହତ୍ୟା ମାମଲା ରୁଜୁ କରି ଖଣ୍ଡଗିରି ପୋଲିସ ଯାଞ୍ଚ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତନାଘନା ଆରମ୍ଭ କରିଛି ।

ସୂଚନା ମୁତାବକ, ଉଭୟ ପୁଅ ଏବଂ ଝିଅଙ୍କ ଘର ଗଞ୍ଜାମ ଜିଲ୍ଲାରେ I ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଏହି ଆପାର୍ଟମେଣ୍ଟରେ ଲିଭ ଇନ୍ ରିଲେସନ ସିପରେ ରହୁଥିଲେ I ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ହତ୍ୟା କରାଯାଇଛି । ପୂର୍ବରୁ ଝିଅକୁ ଅପହରଣ କରିଥିଲା ଉକ୍ତ ଯୁବକ । ଏନେଇ ପରିବାର ଲୋକ ପୂର୍ବରୁ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏବେ ପୁଣିଥରେ ଝିଅକୁ ଅପହରଣ କରି ଆଣିଥିବା ବେଳେ ଆଜି ମୃତଦେହ ଉଦ୍ଧାର କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe