କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବାଏକ ଆପାର୍ଟମେଣ୍ଟଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହଉଦ୍ଧାର । ମୃତଦେହକୁ ଘର ଭିତରେ ଛାଡି ପୁରୁଷ ବନ୍ଧୁ ଫେରାର । ବିଏନଏସର ଦଫା ୧୦୩ରେ ହତ୍ୟା ମାମଲାରୁଜୁ କରି ଖଣ୍ଡଗିରି ପୋଲିସ ଯାଞ୍ଚ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ତନାଘନା ଆରମ୍ଭକରିଛି ।

Advertisment

ସୂଚନା ମୁତାବକ, ଉଭୟ ପୁଅ ଏବଂ ଝିଅଙ୍କ ଘରଗଞ୍ଜାମ ଜିଲ୍ଲାରେ I ଯୁବତୀ ଜଣକ ଏମସିଏ ପଢା ସାରି ଭୁବନେଶ୍ୱରରେ ଏହି ଆପାର୍ଟମେଣ୍ଟରେ ଲିଭ ଇନ୍ରିଲେସନ ସିପରେ ରହୁଥିଲେ I ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଝିଅକୁ ହତ୍ୟା କରାଯାଇଛି । ପୂର୍ବରୁଝିଅକୁ ଅପହରଣ କରିଥିଲା ଉକ୍ତ ଯୁବକ । ଏନେଇ ପରିବାର ଲୋକ ପୂର୍ବରୁ ଥାନାରେ ଦ୍ୱାରସ୍ଥ ହୋଇଥିଲେ ।ଏବେ ପୁଣିଥରେ ଝିଅକୁ ଅପହରଣ କରି ଆଣିଥିବା ବେଳେ ଆଜି ମୃତଦେହ ଉଦ୍ଧାର କରିଛି ପୋଲିସ ।