କନକ ବ୍ୟୁରୋ: କଟକ ମହାନଦୀରୁ ମିଳିଲା ନାବାଳକର ମୃତଦେହ । ଗତକାଲି ପୋତାପୋଖରୀ ନେତାଜୀ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଯାଇ ଫେରିନଥିଲେ ମଙ୍ଗଳାବାଗ ଅଞ୍ଚଳର ଗତେଶ୍ୱର ଓଝା । ଅପରାହ୍ଣ ୩ଟାରୁ ନିଖୋଜ ଥିବା ନେଇ ପୁଲିସକୁ ଜଣାଇଥିଲେ ପରିବାର ଲୋକେ । ଅଭିଯୋଗ ପରେ ପୁଲିସ ତଦନ୍ତ କରିଥିଲେ । ତେବେ ଆଜି ଅପରାହ୍ଣରେ ନାବାଳକର ମୃତଦେହ ଯୋବ୍ରା ନିକଟ ମହାନଦୀରୁ ମିଳିଛି । ସେପଟେ ନାବାଳକର ମୃତଦେହ ମିଳିବା ନେଇ ସନ୍ଦେହ ଉପୁଜିଛି । କିଭଳି ମୃତ୍ୟୁ ହେଲା ଏବଂ ମୃତଦେହ କେମିତି ମହାନଦୀରେ ପଡ଼ିଲା, ତାକୁ ନେଇ ଉଠୁଛି ପ୍ରଶ୍ନ ।
କଟକ ମହାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ଗତକାଲି କ୍ରିକେଟ୍ ଦେଖିବାକୁ ଯାଇ ହୋଇଥିଲେ ନିଖୋଜ
କଟକ ମହାନଦୀରୁ ମିଳିଲା ନାବାଳକର ମୃତଦେହ । ଗତକାଲି ପୋତାପୋଖରୀ ନେତାଜୀ ପଡ଼ିଆରେ କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଯାଇ ଫେରିନଥିଲେ ମଙ୍ଗଳାବାଗ ଅଞ୍ଚଳର ଗତେଶ୍ୱର ଓଝା । ଅପରାହ୍ଣ ୩ଟାରୁ ନିଖୋଜ ଥିବା ନେଇ ପୁଲିସକୁ ଜଣାଇଥିଲେ ପରିବାର ଲୋକେ ।
/kanak/media/media_files/2024/11/12/mP3dHnp3zhFG43o4Cg0s.jpg)