ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ: କଟକ ବାଦାମବାଡ଼ିରେ ସ୍ନେହଲତା ଆପର୍ଟମେଣ୍ଟରୁ ମୃତଦେହ ଜବତ କଲା ପୋଲିସ

କଟକ ବାଦାମବାଡ଼ିରେ ଅଭାବନୀୟ ଘଟଣା । ଘର ଭିତରୁ ବାପା ଝିଅଙ୍କ ମୃତଦେହ ଉଦ୍ଧାର । ସ୍ନେହଲତା ଆପର୍ଟମେଣ୍ଟ ଫ୍ଲାଟ୍ ନମ୍ୱର୍ ୧/୨ଏ୩ରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ୬୦ ବର୍ଷର ମାନସ ରଞ୍ଜନ ଦାସ ଏବଂ ତାଙ୍କ ୧୭ ବର୍ଷର ଝିଅ ଆପି ଦାସ।

6deadbody

Photograph: (kanak news)

କନକ ବ୍ୟୁରୋ: କଟକ ବାଦାମବାଡ଼ିରେ ଅଭାବନୀୟ ଘଟଣା । ଘର ଭିତରୁ ବାପା ଝିଅଙ୍କ ମୃତଦେହ ଉଦ୍ଧାର । ସ୍ନେହଲତା ଆପର୍ଟମେଣ୍ଟ ଫ୍ଲାଟ୍ ନମ୍ୱର୍ ୧/୨ଏ୩ରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ୬୦ ବର୍ଷର ମାନସ ରଞ୍ଜନ ଦାସ ଏବଂ ତାଙ୍କ ୧୭ ବର୍ଷର ଝିଅ ଆପି ଦାସ। ମାନସଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ସେହିପରି ଝିଅର ମୃତଦେହ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ବାପା-ଝିଅ ଏହି ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିବା ବେଳେ କିଛି ମାସ ହେବ ଘର ଭଡ଼ା ଦେଇପାରି ନଥିଲେ । ଯେଉଁଥିପାଇଁ ଘର ମାଲିକ ସେମାନଙ୍କୁ ଘର ଛାଡ଼ିବା ପାଇଁ କହିଥିଲେ । ତେଣୁ ଆର୍ଥିକ ବୋଝ ଯୋଗୁଁ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା ନିଷ୍ପତ୍ତି ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe