ଆସିନି ତାରିଖ, ବଢ଼ିଲାଣି ରାଜ୍ୟସଭା ତାତି : ଚତୁର୍ଥ ଆସନକୁ ନେଇ ହଟଚମଟ ଭିତରେ ଚର୍ଚ୍ଚାରେ ପୃଥ୍ବୀରାଜ-ଦିଲ୍ଳୀପ ରାୟଙ୍କ ଭେଟଘାଟ

Advertisment

ଦିଲ୍ଳୀପ ରାୟଙ୍କ ଭେଟଘାଟ । ପିସିସି ସଭାପତିଙ୍କ ଘୋଷଣା, ମଇଦାନକୁ ଓହ୍ଲାଇବ କଂଗ୍ରେସ । ସଂଖ୍ୟା ଗଣିତ ନେଇ ଚାଲିଛି ଅଙ୍କକଷା । ଲବି ଆରମ୍ଭ କଲେଣି ଆଶାୟୀ ।

ଦିଲ୍ଳୀପ ରାୟଙ୍କ ଭେଟଘାଟ । ପିସିସି ସଭାପତିଙ୍କ ଘୋଷଣା, ମଇଦାନକୁ ଓହ୍ଲାଇବ କଂଗ୍ରେସ । ସଂଖ୍ୟା ଗଣିତ ନେଇ ଚାଲିଛି ଅଙ୍କକଷା । ଲବି ଆରମ୍ଭ କଲେଣି ଆଶାୟୀ ।

Rajya sabha

Rajya sabha Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲାଣି ଅଙ୍କକଷା । ଖାଲି ହେବାକୁ ଥିବା ୪ଟି ଆସନରୁ ୩ଟି ଆସନକୁ ବେଶ ସହଜରେ ଭାଗବାଣ୍ଟି ନେବେ ଉଭୟ ବିଜେପି ଓ ବିଜେଡି । ହେଲେ ଚତୁର୍ଥ ଆସନ ପାଇଁ ରୋଚକ ହେବ ଓଡ଼ିଶା ରାଜନୀତି। ସଂଖ୍ୟା ନଥାଇ କଂଗ୍ରେସ ରାଜ୍ୟସଭା ଲଢେଇରେ ଏଣ୍ଟ୍ରି ମାରିବାକୁ ମନସ୍ଥ କରିଥିବାରୁ ଚତୁର୍ଥ ଆସନ କିଏ ଦଖଲ କରିବ ତାହା ସବୁଠୁ ବଡ ପ୍ରଶ୍ନ । 
 ରାଜ୍ୟସଭା ଗଣିତ ଗୋଳମାଳିଆ 
ଚତୁର୍ଥ ଆସନ ଉପରେ ୩ ଦଳର ଆଖି
ରାଜ୍ୟ ରାଜନୀତି ଦେଖିପାରେ ନୂଆ ସମୀକରଣ
ରାଜ୍ୟସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି  ହଟଚମଟ ।

ଗଣିତ କଷି ଆଗକୁ  ବଢିଲେଣି ଆଶାୟୀ ଓ ରାଜନୈତିକ ଦଳ । ହେଲେ ସଂଖ୍ୟା ନଥାଇ ବି ରାଜ୍ୟସଭା ଲଢ଼େଇ ପାଇଁ ପିସିସି ସଭାପତି ଭକ୍ତ ଦାସ ଆହ୍ବାନ ଦେବା ପରେ ଗୋଳମାଳିଆ ହୋଇଛି ଗଣିତ । ରାଜ୍ୟସଭା ଚତୁର୍ଥ ଆସନକୁ ନେଇ ନୂଆ ଅଙ୍କକଷା ଆରମ୍ଭ ହୋଇଛି ।  ରାଜ୍ୟସଭା ରେସ ଚର୍ଚ୍ଚା ଭିତରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଦିଲ୍ଲୀପ ରାୟଙ୍କ ଭେଟଘାଟ ଚତୁର୍ଥ ଆସନ ଚର୍ଚ୍ଚାକୁ ଆହୁରି ବଳ ଦେଇଛି। ଚତୁର୍ଥ ଆସନ ପାଇଁ ଦିଲ୍ଲୀପ ରାୟଙ୍କ ନାଁ ଦୀର୍ଘଦିନ ହେବ ଚର୍ଚ୍ଚାରେ ରହିଛି। ଅନ୍ୟପଟେ ଏହାକୁ ସୌଜନ୍ୟମୂଳକ ସାକ୍ଷାତରେ ସୀମିତ ରଖିଛନ୍ତି ମନ୍ତ୍ରୀ । 

ଅଧିକ ପଢନ୍ତୁ:  ପୃଥ୍ୱୀରାଜଙ୍କ ସହ ଦିଲ୍ଲୀପଙ୍କ ସିକ୍ରେଟ୍ ମିଟିଂ; ରାଜ୍ୟସଭା ନିର୍ବାଚନ ନେଇ ଚର୍ଚ୍ଚା ଜୋର...

କଂଗ୍ରେସର ଗୋଟି ଚାଳନା ଭିତରେ ବିଜେପି ବି ଚତୁର୍ଥ ଆସନ ପାଇଁ ଏବେଠୁ ରଣନୀତି ଆରମ୍ଭ କଲାଣି । ବିଜେପିରୁ ପ୍ରାର୍ଥୀ ହେବାକୁ ଆଶାୟୀ ଅନେକ ।  ରାଜ୍ୟ ସଭାପତି ମନମୋହନ ସାମଲ, ବସନ୍ତ ପଣ୍ଡା, ବିଶେଶ୍ବର ଟୁଡୁ, ସମୀର ମହାନ୍ତିଙ୍କ ଭଳି ଚେହେରା ଦୌଡରେ ଅଛନ୍ତି। ସେହିଭଳି ବିଜେଡିରେ ସନ୍ତୃପ୍ତ ମିଶ୍ର, ଦେବୀ ମିଶ୍ରଙ୍କ ନାଁକୁ ଚର୍ଚ୍ଚା ବଢିଛି। ହେଲେ ନବୀନ ମହିଳା ନେତ୍ରୀଙ୍କୁ ଦିଲ୍ଲୀ ପଠାଇ ସରପ୍ରାଇଜ କାର୍ଡ ବି ଖେଳିପାରନ୍ତି । ତେବେ ରାଜ୍ୟସଭା ନିର୍ବାଚନରେ ଘୋଡାବେପାର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ।  ଚର୍ଚ୍ଚା ଓ ଆଲୋଚନା ଭିତରେ  କେଉଁ ଦଳ କାହାକୁ ପ୍ରାର୍ଥୀ କରିବ? କିଏ ଡାର୍କହର୍ସ ବନିବ ? ତା ଉପରେ ରହିବ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe